ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ବିଗବସ ଫେମ ସନା ଖାନ

ମୁମ୍ବାଇ: ଦୁଇ ବର୍ଷ ପୂର୍ବେ ଦଙ୍ଗଲ ଗାର୍ଲ ଜାଏରା ୱାସୀମ ଧର୍ମ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଆଉ ଏବେ ଏମିତି ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଫିଲ୍ମ ‘ଜୟ ହୋ’ରେ ସୁପରଷ୍ଟାର ସଲମାନ ଖାନଙ୍କ ସହ କାମ କରିସାରିଥିବା ଅଭିନେତ୍ରୀ ସନା ଖାନ । ତାଙ୍କୁ ଆଉ ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ନାହିଁ ଦର୍ଶକ । କାରଣ ଫିଲ୍ମ ଦୁନିଆକୁ ସେ ଅଲବିଦା କହିଛନ୍ତି । ଯାହାର ଘୋଷଣା କରି ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେହିପରି ସେ ପୋଷ୍ଟରେ ଫିଲ୍ମ ଦୁନିଆ ଛାଡିବା ପଛର କାହାଣୀ ମଧ୍ୟ ସମସ୍ତଙ୍କୁ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ…

ଇନଷ୍ଟାଗ୍ରାମରେ ପୋଷ୍ଟ କରି ସନା ଲେଖିଛନ୍ତି, ‘ଭାଇ ଭଉଣୀମାନେ ଆଜି ମୁଁ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣଙ୍କ ସହ କଥା ହେଉଛି । ମୁଁ ଅନେକ ବର୍ଷରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛି । ମତେ ଆପଣଙ୍କ ପାଇଁ ପ୍ରଶଂସା, ସମ୍ମାନ ମିଳିଛି । ଯାହାପାଇଁ ମୁଁ ଆପଣଙ୍କ ନିକଟରେ ଋଣି । ହେଲେ କିଛି ଦିନ ମୁଁ, ଏପରି ଅନୁଭବ କରୁଛି, ଯେ ମଣିଷ ଦୁନିଆକୁ କେବଳ ଧନ ଓ ପ୍ରଶଂସା ଆୟ କରିବାକୁ ଆସିନାହିଁ । ମୋର କଣ କର୍ତ୍ତବ୍ୟ ନୁହେଁ ଅସହାୟଙ୍କୁ ସାହାଯ୍ୟ କରିବା ଏବଂ ତାଙ୍କ ଜୀବନରେ ଖୁସି ଦେବା । ଜନ୍ମ କରିଥିବା ପିତା-ମାତାଙ୍କ ସେବା କରିବା । ଏଥି ନିମନ୍ତେ ମୁଁ ଫିଲ୍ମ ଦୁନିଆ ଛାଡିବାକୁ ଘୋଷଣା କରୁଛି । ଆଜିଠୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଲୋକଙ୍କ ସେବା କରିବି।’

ପ୍ରକାଶ ଥାଉକି ଏହାସହ ସେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଲୋକଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ନଡାକିବା ପାଇଁ।