ସଲମାନ୍ ଙ୍କ ହିରୋଇନ୍ ହେବେ ପୂଜା

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ସବୁ ବର୍ଷ ଇଦରେ ଜବରଦସ୍ତ ଫିଲ୍ମ ନେଇ ପରଦାରେ ନଜର ଆସନ୍ତି । ୨୦୨୧ ଇଦ ପାଇଁ ମଧ୍ୟ ସଲମାନ ଏବେ ଠାରୁ ପ୍ରସ୍ତୁତ ହୋଇସାରିଲେଣି । ନିକଟରେ ସେ ନିଜ ଆଗାମୀ ଫିଲ୍ମ ‘କଭି ଇଦ କଭି ଦିୱାଲୀ’ର ଘୋଷଣା କରିଥିଲେ । ଯାହା ଆସନ୍ତା ବର୍ଷ ଇଦରେ ରିଲିଜ ହେବ ।

ଫିଲ୍ମ ଘୋଷଣା ପରଠୁ ଦର୍ଶକ ସଲମାନଙ୍କ ଅପୋଜିଟ କେଉଁ ଅଭିନେତ୍ରୀ ଅଭିନୟ କରିବେ ତାହାକୁ ନେଇ ଏକ୍ସାଇଟେଡ ଥିଲେ । ଇତିମଧ୍ୟରେ ବର୍ତମାନ ଏହାର ଖୁଲାସା ହୋଇଯାଇଛି।

ଏହି ଫିଲ୍ମରେ ସଲମାନଙ୍କ ସହ ‘ହାଉସଫୁଲ ୪’ର ଅଭିନେତ୍ରୀ ପୂଜା ହେଗଡେ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଏହାର ଖବରକୁ କନଫର୍ମ କରାଇଛନ୍ତି ଫିଲ୍ମର ପ୍ରଯୋଜକ ସାଜିଦ ନାଦିୟାଦୱାଲା। ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ ଯେ ‘ହାଉସଫୁଲ ୪’ରେ ପୂଜାଙ୍କ କାମ ଦେଖିଲା ପରେ ଲାଗିଥିଲା ଯେ ସେ ଏହି ଫିଲ୍ମ ପାଇଁ ମଧ୍ୟ ପରଫକ୍ଟେ ରହିବେ । ତାଙ୍କ ସ୍କ୍ରିନ ପ୍ରେସେନ୍ସ ଖୁବ୍ ଶାନଦାର । ଖାଲି ଏତିକି ନୁହେଁ ସେ ସଲମାନଙ୍କ ସହ ମଧ୍ୟ ଭଲ ନଜର ଆସିବେ । ଯାହା ଫିଲ୍ମର କାହାଣୀକୁ ଭିନ୍ନ ଢଙ୍ଗ ଦେବାରେ ସାହାଯ୍ୟ କରିବ ।

ପ୍ରକାଶ ଥାଉକି ‘କଭି ଇଦ କଭି ଦିୱାଲୀ’ରେ ସଲମାନଙ୍କ ଲେଡି ଲଭ ଏକ ଛୋଟ ସହରର ଝିଅ ରୂପେ ନଜର ଆସିବେ । ପୂଜା ସାଉଥର ଅନେକ ଫିଲ୍ମରେ ଛୋଟ ସହର ଝିଅ ଭୂମିକାରେ ଅଭିନୟ କରିସାରିଛନ୍ତି ।