ରଣଦୀପଙ୍କ ସହ ରୋମାନ୍ସରେ ମାତିବେ ଇଉଲିଆ , ଗୁଜବ ପ୍ରେମିକ ସଲମାନ ହତାଶ

ରୋମାନିଆ ମଡେଲ୍ କମ୍ ଆକ୍ଟ୍ରେସ୍ ତଥା ବି’ଟାଉନ୍ର ବ୍ୟାଚଲର୍ ବୟ ସଲ୍ମାନ୍ଙ୍କ ଗୁଜବ ପ୍ରେମିକା ଇଉଲିଆ ଭନ୍ତୁର୍ ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ହିମେଶ୍ ରେଶମିଅାଁଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ସେ କଣ୍ଠଦାନ କରିଥିଲେ । ତା’ସାଙ୍ଗକୁ ସଲମାନଙ୍କ ଅଭିନୀତ ଫିଲ୍ମ ‘ରେସ୍୩’ରେ ମଧ୍ୟ ଇଉଲିଆଙ୍କ କଣ୍ଠସ୍ୱର ଶୁଣିଥିଲେ ଦର୍ଶକ । ଏପର୍ଯ୍ୟନ୍ତ ସ୍ୱରର ଝଲକ୍ ପାଇଥିବା ଦର୍ଶକ ସାମାନ୍ୟ ନିଃଶ୍ୱାସ ମାରି ଅପେକ୍ଷା କରନ୍ତୁ ଇଉଲିଆଙ୍କ ଅଭିନୟ ଦେଖିବାକୁ । ପ୍ରେମ୍ ସୋନିଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ରଣଦୀପ୍ ହୁଡାଙ୍କ ବିପକ୍ଷରେ ନାୟିକା ସାଜିବେ ଇଉଲିଆ । ଫିଲ୍ମର ଲିଡ୍ ନାୟିକା ଭାବେ ତାଙ୍କୁ ଚୟନ କରାଯାଇଛି । ଫିଲ୍ମର ନାମକରଣ ଏଯାଏ ହୋଇନଥିଲେ ମଧ୍ୟ ଗୋଆରେ ଏହାର ଶୁଟିଂ ହେବ ବୋଲି ଶୁଣିବାକୁ ମିଳୁଛି । ପ୍ରେମ୍ସୋନି ଏହା ପୂର୍ବରୁ ସଲ୍ମାନ୍ ଖାନ୍ଙ୍କୁ ନେଇ ‘ମେଁ ଔର୍ ମିସେସ୍ ଖାନ୍ନା’(୨୦୦୯) ଏବଂ ‘ଇସ୍କ ଇନ୍ ପ୍ୟାରିସ୍’(୨୦୧୩) ଭଳି ଫିଲ୍ମ କରିସାରିଛନ୍ତି । ତେବେ ଏ ଦୁଇଟି ଫିଲ୍ମ ବକ୍ସ ଅଫିସ୍ରେ ସେତେଟା ସଫଳତା ସାଉଁଟି ପାରିନାହିଁ । ଏବେ କିନ୍ତୁ ଇଉଲିଆଙ୍କ ପାଇଁ ତାଙ୍କ କାହାଣୀର ଦମ୍ ବଢ଼ିବ ବୋଲି ସେ ଆଶା ରଖିଛନ୍ତି । ଦେଖାଯାଉ ସ୍ୱରର ଯାଦୁଗରୀ ଏବେ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ନିଜର କରିପାରୁଛନ୍ତି କି ନାହିଁ ।