“ଦବଙ୍ଗ-୩”ର ଏହି ଷ୍ଟାରଙ୍କୁ ବିଏମଡବ୍ଲ୍ୟୁ ଗାଡି ଗିଫ୍ଟ କଲେ ସଲମାନ୍

ମୁମ୍ବାଇ: ସଲମାନ୍ ଖାନ୍ ଙ୍କ ଫିଲ୍ମ “ଦବଙ୍ଗ-୩” ଏବେ କିଛିଦିନ ତଳେ ରିଲିଜ୍ ହୋଇଛି । ଯାହା ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରିଛି । ଏହି ଫିଲ୍ମରେ ପୁଣିଥରେ ସଲମାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ନେଗେଟିଭ୍ ରୋଲରେ ଅଭିନୟ କରିଛନ୍ତି ସାଉଥ୍ ସୁପରଷ୍ଟାର କିଚ୍ଚା ସୁଦୀପ୍ । ଫିଲ୍ମରେ ସୁଦୀପ୍ ଙ୍କ ଅଭିନୟ ବେଶ୍ ଧମାକାଦାର ଥିଲା । ଯାହାଙ୍କୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଏହାକୁ ନେଇ ସଲମାନ୍ ସୁଦୀପ୍ ଙ୍କୁ ଏକ ଗିଫ୍ଟ ଦେଇଛନ୍ତି । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସୁଦୀପଙ୍କ ଅଭିନୟରେ ସଲମାନ ଖୁସି ହୋଇ ତାଙ୍କୁ ସରପ୍ରାଇଜ୍ ଆକାରରେ ତାଙ୍କ ଘରକୁ ଯାଇ ବିଏମ୍ଡବ୍ଲ୍ୟୁ ଏମ୫ କାର୍ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୧.୭କୋଟି ଟଙ୍କା । ତେବେ ଏହି ଗିଫ୍ଟ ପାଇ ବେଶ୍ ଖୁସି ଅଛନ୍ତି ସୁଦୀପ । ଯାହାକୁ ନେଇ ସେ ନିଜ ସୋସିଆଲ ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି ।