ଶିବସେନାରେ ସଲମାନଙ୍କ ବଡିଗାର୍ଡ

ମୁମ୍ୱାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଗତକାଲି ଶିବସେନାରେ ଯୋଗ ଦେଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ ଶେରା।

ଶୁକ୍ରବାର ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି ଶେରା। ଏ ନେଇ ଶିବସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦୀର୍ଘ ୨୨ ବର୍ଷ ହେବ ସଲମାନଙ୍କ ବଡିଗାର୍ଡ ରହିଛନ୍ତି ଶେରା। ତାଙ୍କର ମୂଳନାମ ଗୁରମୀତ ସିଂହ ଜଲି। ତାଙ୍କର ମାସିକ ଦରମା ପନ୍ଦର ଲକ୍ଷ ଟଙ୍କା ହୋଇଥିବାବେଳେ ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଜଣାପଡ଼ିଛି।

ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ୨୮୮ ବିଧାନସଭା ଆସନ ପାଇଁ ୨୧ ଅକ୍ଟୋବରରେ ଭୋଟ୍ ପଡ଼ିବ। ୨୪ ଅକ୍ଚୋବରରେ ଭୋଟ୍ ଗଣତି ହେବ।