“ହୱା ସିଂ” ର ପୋଷ୍ଟର ରିଲିଜ୍‌; ନୂଆ ଲୁକରେ ସୁରଜ୍‌

ମୁମ୍ବାଇ: କିଛି ସମୟ ପୂର୍ବରୁ ସଲମାନ୍ ଖାନ ନିଜ ସୋସିଆଲ ସାଇଟ୍ ରେ “ହୱା ସିଂ” ର ଏକ ପୋଷ୍ଟର ସେୟାର କରିଛନ୍ତି । ଯାହା ଖୁବ୍ କମ୍ ସମୟରେ ଦର୍ଶକ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି ।

“ହୱା ସିଂ” ଏକ ସତ୍ୟଘଟଣା ଉପରେ ଆଧାରିତ । ଏହି ଫିଲ୍ମଟି ବକ୍ସର ହୱା ସିଂଙ୍କ ବାୟୋପିକ୍ । ତାଙ୍କୁ ଫାଦର ଅଫ୍ ଇଣ୍ଡିଆନ ବକ୍ସର ବୋଲି ମଧ୍ୟ କୁହାଯାଏ । ଏହି ଫିଲ୍ମରେ ହୱାଙ୍କ ଭୂମିକା ତୁଲାଉଛନ୍ତି ସୁରଜ ପାଂଚୋଲି । ସଲମାନ ଖାନ ପୋଷ୍ଟ କରିଥିବା ପୋଷ୍ଟରରେ ସୁରଜ ଏକ ଭିନ୍ନ ଲୁକରେ ଦେଖାଯାଉଛନ୍ତି । ଏକ ବକ୍ସର ଲୁକରେ କ୍ଷୀର ଗ୍ଲାସକୁ ପିଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଦେଖାଯାଉନାହିଁ । ପ୍ରକାଶ ଯେ, ସୁରଜ ବଲିଉଡରେ ସଲମାନଙ୍କ ଫିଲ୍ମ “ହିରୋ” ଯୋଗେ ଡେବ୍ୟୁ କରିଥିଲେ ।