ପୁଣି ଥରେ ଏକାଠି କାମ କରିବେ ସଲମାନ୍-ଭଂସାଲୀ

ମୁମ୍ବାଇ: ଦବଙ୍ଗ ଖାନ୍ ଏବଂ ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏକାଠି କାମ କରିବାକୁ ଯାଉଛନ୍ତି । ଉଭୟ ଶେଷ ଥର ପାଇଁ ସୁପରହିଟ୍ ଫିଲ୍ମ “ହମ୍ ହିଲ୍ ଦେ ଚୁକେ ସନମ୍”ରେ ଏକାଠି କାମ କରିଥିଲେ । ଦୀର୍ଘ ୧୯ବର୍ଷ ପରେ ଉଭୟ ପୁଣିଥରେ ଏକତ୍ର କାମ କରିବେ । କିଛିଦିନ ପୂର୍ବରୁ ଭଂସାଲୀ କାହାଣୀ ଚୟନ କରିବା ସହ କାମ ଆରମ୍ଭ କରିଦେଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ପଦ୍ମାବତ୍ ଫିଲ୍ମ ପୂର୍ବରୁ ଭଂସାଲୀ ସେହି ଫିଲ୍ମ ପାଇଁ ସଲମାନ୍ଙ୍କ ସହ କଥା ହୋଇସାରିଥିବା ଜଣାପଡ଼ିଛି । ଭଂସାଲୀ ସଲମାନ୍ ସହ କାମ କରିବାକୁ ଯେତିକି ଖୁସି ଅଛନ୍ତି ସେହିଭଳି ସଲମାନ୍ ମଧ୍ୟ ଭଂସାଲୀ ସହ କାମ କରିବାକୁ ବେଶ୍ ଆଗ୍ରହୀ । ତେବେ ବାକି ରହିଲା ଉଭୟଙ୍କ ଫିଲ୍ମ କେବେ ସାମ୍ନାକୁ ଆସୁଛି ।