ସଲମାନଙ୍କ ପତ୍ନୀ ହେବେ କଟ୍ରିନା!

ମୁମ୍ବାଇ: ବଲିଉଡର ମୋଷ୍ଟ ଇଲିଜିବୁଲ ବ୍ୟାଚଲର ସଲମାନ ଖାନଙ୍କ ପତ୍ନୀ ହେବେ କଟ୍ରିନା କଫୈ । ଉଭ୍ୟ ସ୍କିନ ସେୟାର ବି କରିବେ । ଏମିତି ଚର୍ଚ୍ଚା ଏବେ ବଲିଉଡରେ ଜୋର ଧରିଛି । କଣ ଆପଣ ଆଉ କିଛି ଭାବୁଛନ୍ତି କି ? ଆମେ ସଲ୍ଲୁ ଆଉ କ୍ୟାଟଙ୍କ ରିଅଲ ଲାଇଫ କଥା କହୁନୁ । ଆମେ କହୁଛୁ ଉଭ୍ୟଙ୍କ ରିଲ ଲାଇଫ କଥା । ସଲମାନ ଖାନଙ୍କ ଆଗାମୀ ସିନେମା ଭାରତରେ କୁଆଡେ କଟ୍ରିନା ସଲ୍ଲୁଙ୍କ ପତ୍ନୀ ଭୂମିକାରେ ଆସିବେ ବୋଲି ଶୁଣଇବାକୁ ମିଳୁଛି । କାହିଁକି ନା ଏହି ଭୂମିକାରେ ପ୍ରଥମେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ ବୋଲି ଶୁଣାଯାଉଥିଲା । ହେଲେ ପ୍ରିୟଙ୍କା କୁଆଡେ ଏହି ସିନେମା ଛାଡିଦେବେ ବୋଲି ଶୁଣାଯାୁଛି । ଆଉ ତାଙ୍କ ଜାଗାରେ କଟ୍ରିନା ନଜର ଆସିବେ ।

ଶେଷ ମୁହୂର୍ତ୍ତରେ ପ୍ରିୟଙ୍କା ସିନେମା ଛାଡ଼ି ଦେବା ହେତୁ ସଲମାନଙ୍କ ଚିନ୍ତା ବଢ଼ିପାରେ ଓ ତାଙ୍କ ସମ୍ପର୍କରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି। ଏତଦ୍‌ ବ୍ୟତୀତ ବି-ଟାଉନ୍‌ରେ ଏହା ବି ଚର୍ଚ୍ଚା ହେଉଛି କି ପ୍ରିୟଙ୍କାଙ୍କ ସ୍ଥାନରେ କଟ୍ରିନା କୈଫ୍‌ଙ୍କୁ ଲିଡ୍‌ ରୋଲ ମିଳିପାରେ। ଅର୍ଥାତ୍‌ କଟ୍ରିନାଙ୍କୁ ପରଦାରେ ସଲମାନଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଅନ୍ୟପକ୍ଷରେ ଭାରତ ସିନେମାରେ ଜ୍ୟାକି ଶ୍ରଫ୍‌ଙ୍କ ସହିତ ଜଡ଼ିତ ଥିବା କେତେଟି କଥା ଚର୍ଚ୍ଚାରେ ରହିଛି। ୮ବର୍ଷ ପୂର୍ବରୁ ସଲମାନ୍‌ ଓ ଜ୍ୟାକି ଶ୍ରଫ ୨୦୧୦ରେ ଆସିଥିବା ସିନେମା ‘ବୀର’ରେ ଏକାଠି କାମ କରିଥିଲେ। ତେବେ ପ୍ରକାଶିକ ରିପୋର୍ଟ ଅନୁଯାୟୀ, ସିନେମା ‘ଭାରତ’ରେ ସଲମାନଙ୍କ ପିତା ଭୂମିକାରେ ଜ୍ୟାକି ଶ୍ରଫ୍‌ ନଜର ଆସିବେ। ତେବେ ସିନେମାରେ ଜ୍ୟାକି ଶ୍ରଫ୍‌ଙ୍କ ଭୂମିମା ସ୍ୱଳ୍ପ ରହିଥିଲେ ହେଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି।  ଯାହା ସଲମାନଙ୍କ ଭୂମିକାକୁ ଏକ ଭିନ୍ନ ନଜରରେ ପରଦାରେ ଉପସ୍ଥାପନା କରିବ।