ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ଦିଲ୍ଲୀରେ ବିଜେପିରେ ଦେଲେ ଯୋଗ

ନୂଆଦିଲ୍ଲୀ : କାଲି ହାତ ଛାଡିଥିଲେ ଆଜି ପଦ୍ମ ଧରିଲେ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି  । ଆଜି ଦିଲ୍ଲୀ ବିଜେପି ରାଷ୍ଟ୍ରିୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଦଳରେ ମିଶିବା ପରେ  ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି ପ୍ରକାଶ । ବିଜେପିରେ ମିଶିବା ପରେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଗତକାଲି ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । କଂଗ୍ରେସରେ ତାଙ୍କୁ  ଗୁରୁତ୍ବ ଦିଆଯାଉନଥିବା ତଥା ଦଳରେ ସ୍ବାଭିମାନ ନଥିବା ଅଭିଯୋଗ କରି ପାର୍ଟି ହାଇକମାଣ୍ଡଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ ପ୍ରକାଶ ।  ବିଜେପିରେ ଯୋଗଦେବା ପରେ ପ୍ରକାଶ ସାଲେପୁରରୁ ବିଜେପି ପ୍ରାର୍ଥୀ ହେବା ଏକପ୍ରକା ସ୍ପଷ୍ଟ ହୋଇଯାଇଥିବା କୁହାଯାଉଛି । ସୂଚନା ଥାଉକି କଂଗ୍ରେସରେ ବିଧାୟକ ଥାଇବି ବିନା ଦଳୀୟ ସଙ୍କେତରେ ନିଜ ସଙ୍ଗଠନ ଓ କାର୍ଯ୍ୟକ୍ରମ ଜାରି ରଖିଲେ ପ୍ରକାଶ ।