ଟିକା ଆସିବା ଯାଏଁ କରୋନାକୁ ଦୂର କରିବ ସାମାଜିକ ଟିକା

ଭୁବନେଶ୍ୱର: ରାଜ୍ୟକୁ ଖୁବଶୀଘ୍ର ଆସିବ କରୋନା ଟିକା । ତେବେ ଟିକା ଆସିବା ଯାଏ ସମସ୍ତଙ୍କ ପାଖରେ ରହିଛି କରୋନାକୁ ଦୂର କରିବାର ଟିକା, ସାମାଜିକ ଟୀକା । ରାଜ୍ୟରେ କରୋନା ସ୍ଥିତି ବାବଦରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ କହିଛନ୍ତି ଯେ, ଟୀକା ଆସିବା ଯାଏ ସମସ୍ତେ ସାମାଜିକ ଟିକା ଆର୍ଥାତ୍ ସାମାଜିକ ଦୂରତା ମାଧ୍ୟମରେ ଭୂତାଣୁକୁ ବ୍ୟାପିବାରେ ରୋକିପାରିବେ ।

ପରସ୍ପର ମଧ୍ୟରେ ୬ ଫୁଟର ଦୂରତା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଠାରେ ପ୍ଲାଜମା ଥେରାପି ଭଲ କାମ କରୁଛି । ଏଯାଏଁ ୩୩ ଜଣଙ୍କୁ ପ୍ଲାଜମା ଦିଆଯାଇଛି । ସେଥିରୁ ୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସରକାର ପ୍ରେସମିଟରେ ସୂଚନା ଦେଇଛନ୍ତି ।