ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଆଜି ୨୩ ଭାଷାରେ ନିଜର ବାର୍ଷିକ ଏକାଡେମୀ ପୁରସ୍କାର ଘୋଷଣା କରିଛି । ୭ଟି କବିତା ସଂଗ୍ରହ, ୪ଟି ଉପନ୍ୟାସ, ୬ଟି କାହାଣୀ ସଂଗ୍ରହ, ୩ଟି ନିବନ୍ଧ ସଂଗ୍ରହ, ଆତ୍ମକଥା ଏବଂ ଜୀବନୀକୁ ନେଇ ଏହି ସମ୍ମାନ ଦିଆଯାଇଛି ।
ହିନ୍ଦୀରେ ନନ୍ଦ କିଶୋର ଆଚାର୍ଯ୍ୟଙ୍କୁ ତାଙ୍କ କବିତା-ସଂଗ୍ରହ “ଛିଲତେ ହୁଏ ଅପନେ କୋ” ପାଇଁ ଏହି ସମ୍ମାନ ଦିଆଯାଇଛି । କଂଗ୍ରେସ ସାଂସଦ ଶିଶ ଥରୁରଙ୍କୁ ଇଂରାଜୀ ଭାଷାରେ ନିଜର ଲେଖା “ An Era of Darkness” ପାଇଁ ଦିଆଯାଇଛି । ଉର୍ଦ୍ଦୁରେ ଶାଫେ କିଦବାଇଙ୍କୁ ଜୀବନୀ ସବନେହ-ଏ-ସର-ସୈୟଦ-ଏକ ବାଜଦୀଦ ପାଇଁ ସମ୍ମାନ ଦିଆଯାଇଛି । ସେହିପରି ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତିଙ୍କୁ ନିଜର ଗଳ୍ପ ସଂକଳନ “ଭାସ୍ୱତି” ପାଇଁ ଏହି ସମ୍ମାନ ପାଇଁ ଘୋଷଣା ହୋଇଛି ।
ଅନ୍ୟ ଭାଷାରେ ସମ୍ମାନ ପାଇଥିବା ସାହିତ୍ୟକାର:
ଆସମିୟା-ଜୟ ଶ୍ରୀ ଗୋସ୍ୱାମୀ ମହନ୍ତ
ବଡ୍ଲା-ଚିନ୍ମୟା ଗୁହା
ବୋଡୋ-ଫୁକନ ଚନ୍ଦ୍ର
ଡୋଗରୀ-ଓମ ଶର୍ମା
ଗୁଜରାଟୀ-ରତିଲାଲ ଗୋରୀସାଗର
କନ୍ନଡ-ବିଜୟା
କଶ୍ମୀରୀ- ଅବଦୁଲା ଅହଦ ହାଜିନୀ
କୋଙ୍କଣୀ-ନିଲବା ଖାଣ୍ଡେକର
ମୈଥଲୀ-କୁମାର ମନୀଷ
ମଲୟାଲମ- ମଧୁସୂଦନ ନାୟକ
ମଣିପୁରୀ-ବେରିଲ
ମରାଠୀ-ଅନୁରାଧୀ ପାଟିଲ
ପଞ୍ଜାବୀ- କିରପାଲ କଜାକ
ରାଜସ୍ଥାନୀ-ରାମସ୍ୱରୁପ କିସାନ
ସଂସ୍କୃତ- ପେନ୍ନା ମଧୁସୂଦନ
ସାନ୍ତାଳୀ-କାଳୀ ଚରଣ
ତମିଲ-ଧର୍ମନ
ତେଲୁଗୁ-ବନ୍ଧି ନାରାୟଣ ସ୍ୱାମୀ
ନେପାଳୀ ଭାଷାରେ ପୁରସ୍କାର ଘୋଷଣା ହୋଇ ନାହିଁ ।