ଥାନାରେ ଲଙ୍କାକାଣ୍ଡ:ଦୁବୃର୍ତଙ୍କ ଆକ୍ରମଣରେ ଥାନା ଆଇଆଇସିଙ୍କ ସମେତ ୪ ଆହତ

ଭୁବନେଶ୍ୱର: ସହିଦ୍ନଗର ଥାନାରେ ଗତକାଲି ବିଳମ୍ବିତ ରାତିରେ ଲଙ୍କାକାଣ୍ଡ । ଦୁବୃର୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଥାନା ଆଇଆଇସିଙ୍କ ସମେତ ୪ଜଣ ଆହତ ହୋଇଥିବା ଜଣାପଡିଛି । ପୋଲିସ ହେପାଜତରେ ଥିବା ୩ଜଣ ଅଭିଯୁକ୍ତଙ୍କୁ ୮ରୁ୧୦ଜଣ ଦୁବୃର୍ତ ଆକ୍ରମଶ କରିବା ସମୟରେ ପୋଲିସ ଅଟକାଇବାରୁ ଏଭଳି ଘଟଣା ଘଟିଛି । ଏଥିରେ ଆଇଆଇସି ବିରଂଚି ପତି ଓ ଏଏସ୍ଆଇ ଏମ୍ସିଏଚ୍ ମୁର୍ମୁଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତିି । ଏଥିସହିତ ଦୁବୃର୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ , ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । ପ୍ରାୟ ଅଧଘଂଟା କାଳ ଚାଲିଥିଲା ଖଣ୍ଡଯୁଦ୍ଧ । ଥାନା ଭିତରକୁ ଢ଼େଲା ପଥର ମଧ୍ୟ ମାଡ କରିଥିଲେ ଦୁବୃର୍ତ । ପରିସ୍ଥିତି ଅଣାୟତ ହେବାରୁ ଥାନାରେ ତିନି ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସକୁ ଆକ୍ରମଣ କରି ଖସି ଯାଉଥିିବାବେଳେ ୬ଜଣଙ୍କୁ ଅଟକ ରଖିଛି ପୁଲିସ୍ । ସିପି କହିଲେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ ହାତରୁ କେହି ଖସି ପାରିବେ ନାହିଁ ।