ସହିଦ ନଗରର ଏକ କଲ୍ୟାଣ୍ଡ ମଣ୍ଡପ ହେଲା ସିଲ

ଆଜିଠୁ ଆରମ୍ଭ ହେଲା ବେଆଇନ କଲ୍ୟାଣ୍ଡ ମଣ୍ଡପ ସିଲ ପ୍ରକ୍ରିୟା

ଭୁବନେଶ୍ୱର: ରାଜଧାନୀରେ ଆଜିଠ ଆରମ୍ଭ ହୋଇଛି ବେଆଇନ କଲ୍ୟାଣ ମଣ୍ଡପ ପ୍ରକ୍ରିୟା ।  ଆଜି ସହିଦ ନଗରର ଏକ କଲ୍ୟାଣ ମଣ୍ଡପକୁ ସିଲ୍ କରିଛନ୍ତି ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ୱାଡ। ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ୱାଡ କଲ୍ୟାଣ ମଣ୍ଡପରେ ପହଂଚି  କାଗଜପତ୍ର ଯାଂଚ କରିଥିଲେ। ପରେ ଏହି କଲ୍ୟାଣ ମଣ୍ଡପକୁ ସିଲ୍ କରିଥିଲେ।

ସୂଚନାଯୋଗ୍ୟ, କଲ୍ୟାଣ ମଣ୍ଡପ ସିଲ୍ ନେଇ ଗତ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ଦିଆଯାଇଥିଲା। ଯେଉଁ କଲ୍ୟାଣ ମଣ୍ଡପର ପ୍ଲାନ୍ ଅନୁମୋଦନ ହୋଇ ନ ଥିବା, ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ୍ ଲାଇସେନ୍ସ ନଥିବ ସେଇ ମଣ୍ଡପଗୁଡିକୁ ସିଲ୍ କରାଯିବ ବୋଲି କୁହାଯାଇଥିଲା। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ୱାଡ ବେଆଇନ କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍ କରିବେ। ପ୍ରଥମ ଦିନରେ ୧୬ଟି ମଣ୍ଡପ ସିଲ୍ କରିବାକୁ ନିଷ୍ପତି ହୋଇଛି।