ମୁମ୍ୱାଇ: ଶାହାରୁଖ୍ ଖାନ୍ ଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିଲେ ବି ମଧ୍ୟ ସେ ଭାବି ଚିନ୍ତି କାମ କରିବାକୁ ମନ ସ୍ଥିର କରିଛନ୍ତି । କାରଣ ଲଗାତାର ଫିଲ୍ମ ଫ୍ଲପ ହେବା ପରେ ସେ ଏଭଳି ନିଷ୍ପତି ନେଇଛନ୍ତି । ଏଥିପାଇଁ ତାଙ୍କ ହାତରେ ବଡ଼ ବଡ଼ ପ୍ରୋଜେକ୍ଟ ରହିଥିଲେ ବି ସେ କାହା ସହିତ କାମ କରିବେ ତାହା ନେଇ ମନ ସ୍ଥିର କରି ନ ଥିବା ଜଣାପଡିଛି ।
ଏବେ ଶୁଣିବାକୁ ମିଳିଛି ଯେ, ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ପ୍ରୋଜେକ୍ଟରେ କିଙ୍ଗ ଖାନ୍ କାମ କରିବାକୁ ରାଜି ହୋଇଛନ୍ତି । ଯେଉଁଥିରେ ରାଜକୁମାର ହିରାନୀ ପ୍ରଥମେ ଲିଡ ଆକ୍ଟ୍ରେସ ଭାବେ କରୀନା କପୁର ଖାନ ଙ୍କୁ ନେବା ପାଇଁ ମନ ସ୍ଥିର କରିଥିଲେ । ମାତ୍ର ଏବେ ସେ କରୀନାଙ୍କ ବଦଳରେ କାଜୋଲଙ୍କୁ ନେବା ପାଇଁ ମନସ୍ଥିର କରିଛନ୍ତି । କାଜୋଲ ସହ ରାଜକୁମାର କାମ କରି ନ ଥିଲେ ବି ଶାହାରୁଖ୍ ଓ କାଜୋଲଙ୍କ ଯୋଡି ସବୁବେଳେ ଦର୍ଶକଙ୍କ ପ୍ରଥମ ପସନ୍ଦ ବୋଲି ସେ ଜାଣିଛନ୍ତି । ଯେଉଁ କାରଣରୁ ସେ ଏହି ଯୋଡି ସହ ନିଜର ଆଗାମୀ ଫିଲ୍ମ କରିବାକୁ ମନ ସ୍ଥିର କରିଛନ୍ତି । ତେବେ କାଜୋଲଙ୍କ ସହ ଆଗାମୀ ପ୍ରୋଜେକ୍ଟରେ କାମ କରିବାକୁ ଶାହାରୁଖ୍ ମଧ୍ୟ ରାଜି ହୋଇଛନ୍ତି ।
ତେବେ ରାଜକୁମାରଙ୍କ ଏହି ଆଗାମୀ ପ୍ରୋଜେକ୍ଟଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହି କାରଣରୁ ସେ ବଲିଉଡର ସୁପରହିଟ୍ ଯୋଡିଙ୍କୁ ଚୟନ କରିଥିବା ଜଣାପଡିଛି । ଯଦି ସବୁ ଠିକ୍ ଠାକ୍ ରହେ ପୁଣିଥରେ ଦର୍ଶକ ଶାହାରୁଖ୍ ଓ କାଜୋଲଙ୍କ ରୋମାନ୍ସ ଦେଖିପାରିବେ ।