ଏଜି ଛକରୁ ଆଚାର୍ଯ୍ୟ ବିହାର ଛକର ନୂଆ ନାମ ହେଲା “ଲୋକସେବା ମାର୍ଗ”

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ରାସ୍ତାର ନାମ ଆଜି ରାଜ୍ୟ ସରକାର ପରିବର୍ତନ କରି ନୂତନ ନାମ ରଖିଛନ୍ତି । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ “ଲୋକସେବା ମାର୍ଗ” ନାମରେ ନାମିତ କରାଗଲା । ଏହା ପୂର୍ବରୁ ସଚିବାଳୟ ମାର୍ଗ ନାମରେ ନାମିତ ଥିଲା ।

ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ପୂର୍ବରୁ ସଚିବାଳୟ ମାର୍ଗ ଥିବା ବେଳେ ଏବେ ଏହା ଲୋକସେବା ମାର୍ଗ ନାମରେ ନାମିତ ହେଲା ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।