୪୭ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଆଜି ୪୭ବର୍ଷରେ ପଦାର୍ପଣ କଲେ ସଚି ତେନ୍ଦୁଲକର । କିନ୍ତୁ ମାଷ୍ଟର ବ୍ଲାଷ୍ଟର ଏଥର ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଥିବାରୁ ଜନ୍ମଦିନ ପାଳନ କରୁ ନାହାନ୍ତି । ସଚିନ ଯଦିଓ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି, କିନ୍ତୁ ତାଙ୍କର ପ୍ରଶଂସକ ତାଙ୍କର ଜନ୍ମଦିନକୁ ନିଶ୍ଚିତ ଭାବେ ମନେ ପକାଇବେ ।

ମହାନ ବ୍ୟାଟ୍ସମ୍ୟାନ ନିଜର କ୍ୟାରିୟରରେ ୬ଟି ବିଶ୍ୱ କପ ଖେଳିଛନ୍ତି । ସେ ନିଜର ପ୍ରଥମ ବିଶ୍ୱ କପ ଖେଳିବା ପୂର୍ବରୁ ମୋଟ ୩୧ଟି ଦିନିକିଆ ଖେଳି ୮୯୪ ରନ କରିଥିଲେ । ଏହି ସ୍କୋର ମଧ୍ୟରେ କୌଣସି ଶତକ ନ ଥିଲା । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ୧୯୯୨ରେ ଅନୁଷ୍ଠିତ ବିଶ୍ୱ କପ ସଚିନଙ୍କ ପାଇଁ ନୂଆ ଅନୁଭୂତି ଆଣିଦେଇଥିଲା । ଏଥିରେ ସେ ସମସ୍ତ ୮ଟି ମ୍ୟାଚ ଖେଳି ୨୮୩ ରନ କରିଥିଲେ । ସେ ଟୁର୍ଣ୍ଣାମେଂଟରେ ୩ଟି ଅର୍ଦ୍ଧଶତକ ସମେତ ସର୍ବାଧିକ ୮୪ ରନ ହାସଲ କରିଥିଲେ ।