ଲୋକଙ୍କ ସମସ୍ୟା ବୁଝିବାକୁ ୨ ଦିନ ଗାଁରେ ରହିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ

ଜୟପୁର: ଲୋକମାନଙ୍କ ସହ ମିଶିଚଳି, ସେମାନଙ୍କ ସମସ୍ୟାକୁ ଅତି ନିକଟରୁ ଅନୁଭବ କରିବା ସକାଶେ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ। ଉପ ମୁଖ୍ୟମନ୍ତ୍ରୀ ସଚିନ ଲୋକମାନଙ୍କ ସମସ୍ୟାକୁ ପାଖରୁ ଦେଖିବା ପାଇଁ ସିରୋହି, ଜଲୋର ଏବଂ...

ଜୟପୁର: ଲୋକମାନଙ୍କ ସହ ମିଶିଚଳି, ସେମାନଙ୍କ ସମସ୍ୟାକୁ ଅତି ନିକଟରୁ ଅନୁଭବ କରିବା ସକାଶେ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ। ଉପ ମୁଖ୍ୟମନ୍ତ୍ରୀ ସଚିନ ଲୋକମାନଙ୍କ ସମସ୍ୟାକୁ ପାଖରୁ ଦେଖିବା ପାଇଁ ସିରୋହି, ଜଲୋର ଏବଂ ପଲ୍ଲି ଜିଲ୍ଲାକୁ ୨ ଦିନଆ ଗସ୍ତ କରି ସେଠାରେ ଅତି ସାଧାରଣ ଜୀବନ ଅତିବାହିତ କରିଛନ୍ତି। ସଚିନ ପୂର୍ବରୁ ରହୁଥିବା ସ୍ଥାନ କଶେଳା ଗ୍ରାକକୁ ଯାଇ ସେଠାକାର ବାସିନ୍ଦା ଜୈକିଷାନ ନାମକ ଜଣେ ଲୋକଙ୍କ ଜମିରେ ଖୋଲା ଆକାଶ ତଳେ ରାତି କାଟିବା ସହ ସାଧାରଣ ଲୋକମାନଙ୍କ ସହ ମିଶି ଅତି ସାଧାରଣ ଭୋଜନ କରିଛନ୍ତି।

ସେ ସେଠାକାର ଚାଷୀମାନଙ୍କୁ ଭେଟି ଗରମରେ କିପରି ଦିନ କାଟୁଛନ୍ତି ବୋଲି ପଚାରି ବୁଝିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଗାଁ ଲୋକଙ୍କ ଗହଣରେ ମିଶି ନିମ ଦାନ୍ତ କାଠିରେ ଦାନ୍ତ ଘସି ଏକଦମ ଦେଶୀପଣ ଦେଖାଇଛନ୍ତି। ସେଠାରେ ସେ ଖୋଲା ସ୍ଥାନରେ ବସି ପାରମ୍ପରିକ ଭାବେ ଖିଅର ହୋଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେଠାରେ ବୁଲି ଲୋକଙ୍କ ଭିତରେ ଥିବା ପାଣି, ବିଜୁଳି ଓ ଅନ୍ୟାନ ଅସୁବିଧାକୁ ନିଜେ ଅଙ୍ଗେ ନିଭାଇବା ପରେ ତାହାକୁ ଦୂର କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Spread the love
Categories
ପଲିଟିକ୍ସ

RELATED BY

  • ସଞ୍ଜୟ ଜାୟସୱାଲଙ୍କୁ ବିହାର ଏବଂ ସତିଶ ପୁନିଆଙ୍କୁ ରାଜସ୍ଥାନ ଦାୟିତ୍ୱ ଦେଲା ବିଜେପି

    ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ଦୁଇଟି ବଡ ରାଜ୍ୟ ପାଇଁ ନିଜର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ପାର୍ଟି ରାଜସ୍ଥାନର ଦାୟିତ୍ୱ ସତିଶ ପୁନିଆଙ୍କୁ ଦେଇଥିବା ବେଳେ ବିହାରର ଦାୟିତ୍ୱ ସଞ୍ଜୟ ଜାୟସୱାଲଙ୍କୁ ଦେଇଛି । ସୂଚନାଯୋଗ୍ୟ ଯେ ବିହାର...
  • ବିଜେପିର ସେବା ସପ୍ତାହ ଆରମ୍ଭ

    ଭୁବନେଶ୍ୱର:ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆଜି ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ...
  • ଅକ୍ଟୋବରରେ ବିଜେପୁର ଉପନିର୍ବାଚନ!

    ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଓଡ଼ିଶାର ବିଜେପୁର ସମେତ ଉତ୍ତରପ୍ରଦେଶର ୧୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଚାରବିମର୍ଶ ଜାରି ରହିଥିବା ସୂତ୍ରରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ଉପନିର୍ବାଚନ ପାଇଁ ତାରିଖ ଘୋଷଣା...
  • କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

    ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡେକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି।...