ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ ଅଗ୍ରଓ୍ଵାଲ

ଭୁବନେଶ୍ୱର: ପାଟକୁରା ବିଧାୟିକା ଭାବେ ସାବିତ୍ରୀ ଅଗ୍ରଓ୍ଵାଲ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ପାଟକୁରା ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ସେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ସୂଚନାଯୋଗ୍ୟ ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ସୂଚନାଯାଗ୍ୟ ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍‌ ମିଳିଥିବା ବେଳେ ସାବିତ୍ରୀ ଅଗ୍ରଓ୍ଵାଲ ୯୫ ହଜାର ୧୬୨ ଖଣ୍ଡ ଅଗ୍ରଓ୍ଵାଲ ଭୋଟ ପାଇଛନ୍ତି। ନିଜର ନିକଟତମ ପ୍ରତିଦ୍ୱନ୍ଦି ବିଜୟ ମହାପାତ୍ରଙ୍କ ଠାରୁ ସାବିତ୍ରୀ ଅଗ୍ରୱାଲ୍‌ ୧୭,୬୫୫ ଖଣ୍ଡ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ପାଟକୁରା ନିର୍ବାଚନ ଚଳିତ ମାସ ୨୦ ତାରିଖରେ ହୋଇଥିଲା। ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ଭୋଟ ଗଣନା ଜୁଲାଇ ୨୪ରେ ହୋଇଥିଲା।