ତୀର୍ଥଯାତ୍ରା ପାଇଁ ସଂଧ୍ୟାରେ ଖୋଲିବ ସାବରୀମାଲା ମନ୍ଦିର

ନୂଆଦିଲ୍ଲୀ :ଗୁରୁବାର ଦିନ ସୁପ୍ରିମକୋର୍ଟ ସାବରୀମାଲା ମନ୍ଦିରର ମାମଲାରେ ଶୁଣାଣି ସାତ ଜଣିଆ ବଡ ସାମ୍ୱିଧାନୀକ ଖଣ୍ଡପୀଠ ପାଖକୁ ପଠାଇଛନ୍ତି । ଏହାସହ ନ୍ୟାୟାଳୟ ସରକାରଙ୍କୁ ନିଜର ପୁରୁଣା ରାୟକୁ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଅନ୍ୟପଟେ, କଡା ସୁରକ୍ଷା ମଧ୍ୟରେ ଭଗବାନ ଆୟପ୍ପାଙ୍କ ମନ୍ଦିର ଶନିବାର ଦିନ ସଂଧ୍ୟାରୁ ଦୁଇ ମାସ ପର୍ଯ୍ୟନ୍ତ ତୀର୍ଥଯାତ୍ରା ପାଇଁ ଖୋଲାଯିବ । 

ତୀର୍ଥଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁଗମ ଏବଂ ବାଧା ମୁକ୍ତ କରିବା ପାଇଁ ସିପିଆଇ(ଏମ) ନେତୃତ୍ୱାଧିନ ଏଲଡିଏଫ ସରକାର ସୁରକ୍ଷାର କଡା ବ୍ୟବସ୍ଥା ଆପଣାଇଛନ୍ତି । ଅନ୍ୟପଟେ, କନ୍ଦରାରୁ ମହେଶ ମୋହନାରୁ ମନ୍ଦିରର ଗର୍ଭଗୃହ ଖୋଲି ପୂଜା କରିଛନ୍ତି । ଏକେ ସୁଧୀର ନମ୍ୱୁଦିରୀ ସାବରିମାଲା ମଲେସନ୍ଥୀ ଏବଂ ଏନଏସ ପରମେଶ୍ୱରମ ନମ୍ୱୁଦିରୀ ମଲିକାପୁରମ ମେଲସନ୍ଥୀ ଭାବେ ଦାୟିତ୍ୱ ତୁଲାଇବେ । ସେହପରି, ତୀର୍ଥଯାତ୍ରୀଙ୍କୁ ପୂଜା ପରେ 18 ପବିତ୍ର ଚରଣରେ ଚଢିବା ଏବା ଦର୍ଶନ କରିବାକୁ ଅନୁମତି ଦିଆଯିବ । 

ରାଜ୍ୟର ପଟାନପଛିଟ୍ଟା ଜିଲ୍ଲାର ପଶ୍ଚିମ ଘାଟର ସଂରକ୍ଷିତ ଜଙ୍ଗଲରେ ଥିବା ମନ୍ଦିର କବାଟ ଆଜି ସଂଧ୍ୟା ପାଞ୍ଚଟା ସମୟରେ ଦୁଇ ମାସ ପାଇଁ ମଣ୍ଡଲମ ମକାରବିଲାକ୍କୁର ଋତୁ ପାଇଁ ଖୋଲାଯାଇଛି । କେରଳ ଏବଂ ପଡୋଶୀ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ନୀଳକାଲ ଏବଂ ପମ୍ୱାରେ ପହଞ୍ଚି ଆରମ୍ଭ କରିଛନ୍ତି । ଏହାପରେ ଯାତ୍ରୀଙ୍କୁ ଅପରାହ୍ଣ ଦୁଇଟା ପରେ ମନ୍ଦିର ଅଭିମୁଖେ ଯିବା ପାଇଁ ଅନୁମତି ଦିଆଯିବ ।