ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଗାଦିରେ ବସିଲେ ପୁଟିନ୍

ପୁଣି ଥରେ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦମିର ପୁଟିନ୍ । ୮୮ ପ୍ରତିଶତ ଭୋଟ ସହ ପଂଚମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ । ଜିତିବା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ହେବ ବୋଲି କହିଛନ୍ତି ପୁଟିନ । କେଜିବି ଏଜେଟରୁ ରୁ ୧୯୯୯ରେ ଦେଶର ମଙ୍ଗ ଧରିଥିଲେ ।

ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିବା ତାଲିକା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି ପୁଟିନ । ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପୁଟିନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ତିନି ନେତା ୟ୍ରୁକ୍ରେନ ଉପରେ ଋଷର ଆକ୍ରମଣକୁ ସମର୍ଥନ କରିଛନ୍ତି ।