ଓଡ଼ିଆ ପୁଅଙ୍କ ଉଦ୍ଭାବନଙ୍କୁ ପ୍ରଂଶସା କଲେ ରୁଷ୍ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଆ ପୁଅଙ୍କ ଉଦ୍ଭାବନଙ୍କୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଂଶସା କରିଛନ୍ତି । ବ୍ରହ୍ମପୁରର ଜଣେ ଏକାଦଶ ଶ୍ରେଣୀର ଛାତ୍ର ରୁଷର ସୋଚିଠାରେ ଆୟୋଜିତ ହୋଇଥିବା “ଡିପ୍ ଟେକ୍ନୋଲଜି ଏଜୁକେସନ୍ ପ୍ରୋଗ୍ରାମ”ରେ ଦୀପାଂଚଳରେ ନରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଲାଗି “ପ୍ଲୁଟୋନିୟମ୍ ସ୍ପିଅର”ଙ୍କ ବୈଜ୍ଞାନିକ ପ୍ରକଳ୍ପ ପ୍ରସ୍ତୁତ କରି ପୁଟିନଙ୍କ ପ୍ରଂଶସାର ପାତ୍ର ପାଲଟିଛନ୍ତି ।

ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ୨୫ ଜଣ ଭାରତୀୟ ଛାତ୍ରଙ୍କ ସହ ଅଂଶଗ୍ରହଣ କରିଥିବା ସେ ବାଳକ ହେଉଛନ୍ତି ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ପି ବିଶ୍ୱନାଥ ପାତ୍ର। ନିତି ଆୟୋଗ ପକ୍ଷରୁ ଦେଶବ୍ୟାପି ଆୟୋଜିତ ଅଟଳ ରିଙ୍ଗରିଂ ମାରାଥନ୍ କାର୍ଯ୍ୟକ୍ରମରେ ବିଶ୍ୱନାଥ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ  ତାଙ୍କ ପ୍ରସ୍ତୁତ ପ୍ରକଳ୍ପ ସ୍ମାର୍ଟ ୱାଟର ଡିସ୍ପେନ୍ସର ଶ୍ରେଷ୍ଠ ୧୦୦ ପ୍ରକଳ୍ପ ମଧ୍ୟରେ ରହିଥିଲା। ଏହି ସଫଳତା ପରେ ସେ ରୁଷ ଯିବା ଲାଗି ମନୋନୀତ ହୋଇଥିଲେ।

ରୁଷରେ ଅନୁଷ୍ଠିତ ‘ଡିପ୍‌ ଟେକ୍ନୋଲଜି ଏଜୁକେସନ୍‌ ପ୍ରୋଗ୍ରାମ୍‌’ରେ ବିଶ୍ୱନାଥ ଓ ଅନ୍ୟ ୯ ଜଣ ପ୍ରତିଯୋଗୀଙ୍କୁ ନେଇ ଗଠିତ ଦଳ ପକ୍ଷରୁ ପ୍ରସ୍ତୁତ ଆଇଲାଣ୍ଡ ରିସର୍ଚ୍ଚ ପ୍ରକଳ୍ପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି କାର୍ଯ୍ୟକ୍ରମକୁ ପରିଦର୍ଶନରେ ଆସିଥିବା ରୁଷୀୟ ରାଷ୍ଟ୍ରପତି ପୁଟିନ୍ ବିଶ୍ବନାଥଙ୍କ ନିକଟକୁ ଆସିଥିବା ବେଳେ ସେ ନିଜର ଏକ ବ୍ୟକ୍ତିଗତ ଉଦ୍ଭାବନ ‘ପ୍ଲୁଟୋନିୟମ୍ ସ୍ପିଅର୍’ ଦେଖାଇଥିଲେ। ଏହି ପ୍ରକଳ୍ପ ନ୍ୟୁକ୍ଳିୟର ବ୍ୟାଟେରି ଦ୍ବାରା କିଭଳି ବିଦ୍ୟୁତ ଶକ୍ତି ଯୋଗାଇ ହେବ ତାହା ପ୍ରଦର୍ଶିତ କରୁଥିଲା। ଏହାକୁ ଦେଖି ରାଷ୍ଟ୍ରପତି ପ୍ଲୁଟିନ୍ ପ୍ରଶଂସା କରି କହିଛନ୍ତି, ନୂତନ ଉଦ୍ଭାବନ ସହ ଏଭଳି ଅଧିକ ପିଲା ଭାରତରୁ ଆସି ଅଂଶଗ୍ରହଣ କରିବା ଆମେ ଚାହୁଁ।