ୟୁକ୍ରେନ ବିରୋଧରେ ବ୍ୟାପକ ଧ୍ୱଂସଲୀଲା କରିବାର କ୍ଷମତା ରଖୁ୍ଥିବା ମାରାତ୍ମକ ଭାକ୍ୟୁମ ବୋମା ବ୍ୟବହାର କରିଛି ରୁଷ । ଏହି ଦାବି କରିଛି ବ୍ରିଟେନ । ବ୍ରିଟେନ ପ୍ରତିରକ୍ଷାମନ୍ତ୍ରାଳୟ ଟୁଇଟ କରି ଏହି ଦାବି କରିଛି । ଯୁଦ୍ଧ ସମୟରେ ରୁଷ ‘ଟିଓଏସ-ୱାନ ଏ’ ଅସ୍ତ୍ର ସିଷ୍ଟମ ବ୍ୟବହାର କରିଛି ବୋଲି ବ୍ରିଟେନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି ।
ଟିଓଏସ-ୱାନ ଏ’ ବେଶ ଘାତକ ଅଟେ । ଏହି ସିଷ୍ଟମ ଦ୍ୱାରା ଥର୍ମୋବାରିକ ରକେଟ ବା ଭାକ୍ୟୁକ ବୋମା ମାଡ କରାଯାଇ । ଏହା ଦ୍ୱାରା ବ୍ୟାପକ ଧ୍ୱଂସଲୀଲା ସୃଷ୍ଟି ହୋଇଥାଏ ବୋଲି ବ୍ରିଟେନ କହିଛି । ଟୁଇଟ ସହ ବ୍ରିଟେନ ପ୍ରତିରକ୍ଷାମନ୍ତ୍ରାଳୟ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛି । ଭାକ୍ୟୁମ ବୋମାର ପ୍ରଭାବ କିପରି ରୁହେ ତାର ଏକ ଗ୍ରାଫିକ ଭିଡିଓ ଜାରି କରିଛି । ଆସନ୍ତୁ ଜାଣିବା କେତେ କ୍ଷତିକାରକ ଏହି ଭାକ୍ୟୁମ ବୋମା
. ଭାକ୍ୟୁମ ବୋମା ଯେଉଁ ଅଂଚଳରେ ପଡେ ସେଠାକାର ବାୟୁମଣ୍ଡଳରେ ଅମ୍ଳଜାନ ଶେଷ ହୋଇଯାଏ
. ବିସ୍ଫୋରଣ ପରେ ସ୍ଥାନୀୟ ଅଂଚଳରେ ଅସହ୍ୟ ଗରମ ଅନୁଭୁତ ହୁଏ
. ଏହି ବୋମା ବିେସ୍ଫୋରଣ ସାଧାରଣ ବୋମା ବିସ୍ଫୋରଣ ତୁଳନାରେ ପ୍ରଚଣ୍ଡ ଶଦ୍ଧ କରେ
. ଅମ୍ଳଜାନ ଶେଷ ହେବା ଯୋଗୁଁ ନିଶ୍ୱାସପ୍ରଶ୍ୱାସ ପ୍ରକିୟା କଷ୍ଟକର ହୁଏ
. ଅମ୍ଳଜାନ ଅଭାବରୁ ମଣିଷ ଓ ଜୀବଜନ୍ତୁଙ୍କ ମୃତ୍ୟୁ ସୁନିଶ୍ଚିତ
. ବିସ୍ଫୋରଣସ୍ଥଳରୁ ୩୦୦ ମିଟର ପରିଧି ମଧ୍ୟରେ ଆସୁଥିବା ସମସ୍ତ ବସ୍ତୁ ଏହା ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୁଏ ।
.ଉତରପୂର୍ବ ୟୁକ୍ରେନରେ ଥିବା ଏକ ସ୍କୁଏ ଉପରେ ରୁଷ ମାର୍ଚ୍ଚ ୧ରେ ଭାକ୍ୟୁମ ବୋମା ପକାଇଥିବା କୁହାଯାଉଛି ।
ବ୍ରିଟେନର ଦାବି ପୂର୍ବରୁ ଏହା ୟୁକ୍ରେନ ମଧ୍ୟ ରୁଷ ଉପରେ ଭାକ୍ୟୁବମ ଜରିଆରେ ଆକ୍ରମଣ ହେଉଥିବା ଅଭିଯୋଗ କରିଛି । ସେହିପରି ଆମେରିକାସ୍ଥିତି ୟୁକ୍ରେନର ରାଷ୍ଟ୍ରଦୁତ ଓକସାନା ମାର୍କରୋଭା ଅଭିଯୋଗ କରିଥିଲେ କି ମସ୍କୋ ଥମୋବେରିକ ୱିପନ ବ୍ୟବହାର ଓ ଭାକ୍ୟୁମ ବମ ବ୍ୟବହାର କରୁଛନ୍ତିି । ରୁଷ ୟୁକ୍ରେନରେ ଧ୍ୱଂସଲୀଳା ରଚୁଛି ।
ସେପଟେ ଶୁକ୍ରବାର ପ୍ରତି ଅଧଘଂଟାରେ ମାରିଓପୋଲରେ ବୋମା ପଡୁଛି ଓ ସହରର ସ୍ଥିତି ବେଶ ଜଟିଳ ହୋଇପଡିଥିବା ସମ୍ବାଦ ସରବରାହ ସଂସ୍ଥା ନେକଷ୍ଟା କହିଛି । ସହରର ମେୟର ବୋୟେଚେଙ୍କୋ ମଧ୍ୟ ଅଭିଯୋଗ କରିଛନ୍ତି କି ରୁଷୀୟ ସୈନିକମାନେ ନିଷିଦ୍ଧ କରାଯାଇଥିବା ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଛନ୍ତି ।
ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ ଏବେ ଜନବସତି ଇଲାକାକୁ ଟାର୍ଗେଟ କରି ରୁଷ ବୋମାବର୍ଷଣ କରୁଥିବା ଅଭିଯୋଗ ଆସୁଛି । ଏହା ଭିତରେ ଜାପାନରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ସର୍ଗି କୋରସୁନସ୍କାଏ ଏକ ଚିନ୍ତାଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ପୁଟିନ ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ବିଚାର କରୁଛନ୍ତି ।