ଅଗଷ୍ଟ ୧୦ ସୁଦ୍ଧା କରୋନା ଟୀକା ଦେବାକୁ ଋଷର ଯୋଜନା

ମସ୍କୋ: ସାରା ବିଶ୍ୱ ମହାମାରୀ କରୋନାରେ କଲବଲ । ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବେଲଗାମ ହୋଇ ବଢୁଥିବା ବେଳେ ମୃତ୍ୟୁର ସୌଦାଗର ସାଜିଛି ମହାମାରୀ କରୋନା । ଲକଡାଉନ, ସଟଡାଉନ ସତ୍ୱେ କାଳରୂପୀ ମହାମାରୀ କରୋନା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଯାହାଫଳରେ ଅସ୍ତବ୍ୟସ୍ତ ଜନଡୀବନ। ସଚେତନତା ସହ କେବଳ ଭ୍ୟାକସିନ ହିଁ ଏହି ମହାମାରୀକୁ ମୂଳୋତ୍ପାଟନ କରିପାରିବ ବୋଲି ଆଶା। ତେବେ ଏହାର ନିରାକରଣ ପାଇଁ ବିଭିନ୍ନ ଦେଶ ଦୀର୍ଘ ସମୟ ଧରି ଏହାର ଟୀକା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ।

ଆଉ ଏହି ଗବେଷଣାରେ ସବୁଠାରୁ ଆଗରେ ଅଛି ଋଷ । ସାରା ବିଶ୍ୱକୁ ଭ୍ୟାକସିନ ଯୋଗାଇବା ନେଇ ସୂଚନା ପରେ ଟିକିଏ ଆଶ୍ୱସ୍ତି ଲାଭ ହୋଇଛି । ତେବେ ସିଏନଏନ ରିପୋର୍ଟ ଅନୁଯାୟୀ ରଷ ଅଗଷ୍ଟ ୧୦ ସୁଦ୍ଧା ପ୍ରଥମ ଟୀକାର ସ୍ୱୀକୃତି ଦେବା ନେଇ ଯୋଜନା କରୁଛି । ଏହି ଟୀକା ମସ୍କୋର ଗମେଲୟା ଇନଷ୍ଟିଚ୍ୟୁଟରେ ଗବେଷଣା କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଏହି ଗବେଷଣାର ୨ୟ ପର୍ଯ୍ୟାୟ ସଫଳ ହେବାକୁ ଯାଉଛି ଯେଉଁଠି ଅନ୍ୟଦେଶ ମାନଙ୍କରେ ଟୀକା ଗବେଷଣାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ସେହିଭଳି ଋଷ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୨ୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ସେନା ମାନେ ମଧ୍ୟ ସାମିଲ ହେବେ ।