ମା ତାରିଣୀଙ୍କ ମନ୍ଦିରରେ ଲିଭିଲା ଅଖଣ୍ଡ ଦୀପ, ଖସିଲା ମଥାରୁ ସିନ୍ଦୁର, ପ୍ରଚାର ପରେ କଣ କହୁଛି ମନ୍ଦିର ପ୍ରଶାସନ ଜାଣନ୍ତୁ

ଘଟଗାଁ : ଘଟଣା ଗାଁ ରାଣୀ, କୋଟି ହୃଦୟର ମା ଘଟଗାଁର ମା ତାରିଣୀଙ୍କ ପିଠରେ ଜଳୁଥିବା ଅଖଣ୍ଡ ଦୀପ ଲିଭିଯାଇଛି । ଖାଲି ଦୀପ ଲିଭିନି ମା ଙ୍କ ମଥାରୁ ସିନ୍ଦୁର ବି ଖସି ପଡିଛି । ମାଆ ଙ୍କ ପିନ୍ଧା ଶାଢୀରେ ବି ଅଗ୍ନି ସେଂôଯାଗ ହୋଇଛି । ଏମିତି ଖବର ପ୍ରଚାର ପରେ ଭକ୍ତଙ୍କ ମନରେ ଭୟ । ସୋସିଆଲ ମିଡିଆରେ ଏମିତି ଖବର ଭାଇରାଲ ହେବା ପରେ ଅନେକ ଭକ୍ତ ନିଜ ନିଜ ଘରେ ଦୀପ ଲଗାଇଛନ୍ତି । ପୂଜାର୍ଚ୍ଚନା ବି କରିଛନ୍ତି । ହେଲେ ଆପଣ ଡରନ୍ତି ନି କାହିଁକି ନା ଏଖବର ସଂପୂଣ୍ଣ ଗୁଜବ । କେହି ସୋସିଆଲ ମିଡିଆରେ ଏମିତି ଖବର ଛାଡିବା ପରେ ତାହା ଭାଇରାଲ ହୋଇଛି ।

ଘଟଗାଁ ତାରିଣୀଙ୍କ ନାଁରେ ଗୁଜବ । ସୋସିଆଲ ମିଡିଆରେ ଅପପ୍ରଚାର କରିଛନ୍ତି କିଛି ଲୋକ । ଏଥିରେ ଏମିତି ଭ୍ରାନ୍ତି ଓ ଡର ପ୍ରଚାର ହୋଇ ଯାଇଛି ଯେ, ଅନେକ ଲୋକ ଡରି ଯାଇଛନ୍ତି । ମାଆ ତାରିଣୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଲିଭି ଯାଇଥିବା ଗୁଜବ ବ୍ୟାପିଛି, ହେଲେ ଅସଲରେ ଏମିତି କିଛି ଅଖଣ୍ଡ ଦୀପ ମନ୍ଦିରରେ ନଥିବା ଜଣା ପଡିଛି । ପୁଣି ଏହି ଘଟଣା ନେଇ ତାରଣୀ ମନ୍ଦିର ତରଫରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି । ମାଆ ତାରିଣୀଙ୍କ ଅଖଣ୍ଡ ଦୀପ ଲିଭି ଯାଇଥିବା ଅଶୁଭ ଶଙ୍କେତ, ସମସ୍ତ ସଧବା ନାରୀ ଅଳତା, ସିନ୍ଦୁର ପିନ୍ଧି ବିଶେଷ ରିତିନୀତିରେ ପୂଜା କରନ୍ତୁ ବୋଲି କୋହି ଜଣେ ସୋସିଆଲ ମିଡିଆରେ ଲେଖି ଦେଇଥିଲା । ଯାହା କିଛି ଘଣ୍ଟା ଭିତରେ ଭାଇରାଲ ହୋଇଯାଇଥିଲା । ଯାହାକୁ ଖଣ୍ଡନ କରି କରିବା ସହ ଏହା ଏକ ଗୁଜବ ବୋଲି କହିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ଏଭଳି ଗୁଜବ ସୃଷ୍ଟି କରିଥିବା ଲୋକ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଦାବି କରିଛନ୍ତି ।

ମାଆ ତାରିଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜଳିବାର କୌଣସି ପରମ୍ପରା ହିଁ ନାହିଁ। ଯେଉଁ ଦୀପ ଏଠାରେ ଜଳିଥାଏ, ତାହା କେବଳ ଭକ୍ତମାନେ ହିଁ ଜାଳିଥାନ୍ତି। ତେଣୁ ମାଆଙ୍କ ପୀଠରେ କୌଣସି ଅଖଣ୍ଡ ଦୀପ ଲିଭିବାର ପ୍ରଶ୍ନ ଉଠୁନାହିଁ। ଖାଲି ସେତିକି ନୁହେଁ, ମାଆଙ୍କ ମଥାର ସିନ୍ଦୂର ଝରି ପଡ଼ିବା ଏବଂ ମାଆଙ୍କ ଶାଢ଼ି ଜଳି ଯାଇଥିବା ସଂପର୍କରେ ଯେଉଁ ଗୁଜବ ଉଠିଛି ତାହା ସଂପୂର୍ଣ୍ଣ ମିଛ ବୋଲି ମନ୍ଦିର ପ୍ରଶାସନ କହିଛି।