କୋରୋନା ଭୟ; ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡିବା ନେଇ ଅନିଶ୍ଚିତତା

ଭୁବନେଶ୍ୱର: ସବୁଆଡେ କୋରୋନା ଭୟ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜନଗହଳି ସ୍ଥାନ ଉପରେ ଲଗାଯାଇଛି ରୋକ । ତେବେ ଏହା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡିବା ନେଇ ଅନିଶ୍ଚିତତା ଦେଖା ଦେଇଛି ।

ସପ୍ତାହ ପରେ ଅର୍ଥାତ ଆସନ୍ତା ଏପ୍ରିଲ ୧ ତାରିଖ ଅଶୋକାଷ୍ଟମୀ ଦିନ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସଂପନ୍ନ ହେବାକୁ ଥିବା ବେଳେ ପ୍ରଶାସନ ଓ ସରକାର ଙ୍କ ପକ୍ଷରୁ ଏଯାବତ୍ କୈାଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ । ଯାହାକୁ ନେଇ ବର୍ତମାନ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ରଥ କାମ ମଧ୍ୟ ଧିମେଇ ପଡ଼ିଛି । ତେଣୁ ତରବରିଆ ଭାବେ ଶେଷ ମୂହୁର୍ତରେ ଜଣାଇବା ଅପେକ୍ଷା ବର୍ତମାନରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି କଲେ ବ୍ରାହ୍ମଣ ନିଯୋଗ ସଂପାଦକ ବିରଂଚି ନାରାୟଣ ପତି ।