ରୁକୁଡା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଣେଇ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଣେଇ ଗସ୍ତରେ ଯାଇ ରୁକୁଡା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବା ସହ ୩୩ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସୁନ୍ଦରଗଡ଼ ଗୁରୁଣ୍ଡିଆ ବ୍ଲକର ଶିବନାଥପୁର ଗାଁ ନିକଟରେ ୨୯୭ କୋଟି ଟଙ୍କା ବ୍ୟୟରେ ରୁକୁଡା ନଦୀ ଉପରେ ନିର୍ମାଣ ହୋଇଛି ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ବାରା ଗୁରୁଣ୍ଡିଆ ଏବଂ ବଣାଇ ଅଞ୍ଚଳର ୫ ହଜାର ୭୫୦ ହେକ୍ଟର ଜମି ଜଳସେଚିତ ହେବ । ରୁକୁଡ଼ା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ବିଜେଡି ଓ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।