ସମଗ୍ର ଦେଶରେ ୧୦୦ଟି ସହରରେ ଶୁଭାରମ୍ଭ ହେଲା ରୁକୋ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରନ୍ଧନ ତୈଳ ବିଷୟରେ ସଚେତନ କରାଇବା ପାଇଁ ଅଭିଯାନ ରୁକୋ (ରିପରପୋଜଡ୍ ଇୟୁଜ୍ ଅଫ୍ କୁକିଂ ଅଏଲ) କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି । ଏହା ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର ତତ୍ୱାବଧାନରେ କାର୍ଯ୍ୟକାରୀ କରାଯିବ । ଯାହା ଅକ୍ଟୋବର ୨ ଅର୍ଥାତ୍ ଗାନ୍ଧୀ ଜୟନ୍ତୀରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହାସହ ଏହି ଅଭିଯାନ ୧୦୦ଟି ସହରରରେ ମଧ୍ୟ ଆରମ୍ଭ କରାଯାଇଛି । ଏହି ଅଭିଯାନ ଅନୁଯାୟୀ, ପ୍ରତ୍ୟେକ ସହରରେ ଏଲପିଜି ଡେଲିଭରୀ ଯାନ ଗୁଡିକୁ ସଚେତନତା ପ୍ରସାରିତ କରିବା ପାଇଁ ନିୟୋଜିତ କରାଯାଇଛି । ଏହା ମାଧ୍ରମରେ ଗ୍ରାହକ, ପରିବାର ଏବଂ ଫୁଡ ବିଜନେସ ଅପରେଟରମାନଙ୍କୁ ସୁସ୍ଥ ଭାରତ ଦିଗରେ ଆଗେଇବା ପାଇଁ ସଚେତନ କରାଯିବ ।

ବ୍ୟବହୃତ ତୈଳକୁ ଗରମ କରି ଏହା ପୁନର୍ବ୍ୟବହାର କରିବା ପ୍ରତ୍ୟେକଙ୍କୀ ଅଭ୍ୟାସ । ସାଧାରଣତଃ ରନ୍ଧନ ତେଲ ଉପରେ ସଫା ତେଲ ପକାଇ ଏହାକୁ ବାରମ୍ବାର ବ୍ୟବହାର କରାଯାଏ । ଏହା ସାଧାରଣତଃ ବଡ଼ ହେଉ କିମ୍ବା ରାସ୍ତା କଡରେ ଥିବା ଦୋକାନୀମାନେ ଅଧିକ ବ୍ୟବହାର କରନ୍ତି । ବ୍ୟବହାର କରିବା ପରେ ଏହାର ସେମାନେ ସ୍ୱରେଜ ଏବଂ ଡ୍ରେନରେ ଫୋପାଡି ଦିଅନ୍ତି ଯାହା ପରିବେଶକୁ ଦୂଷିତ କରେ । ତେଣୁ ଜନତାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏଫଏସଏସଆଇ ଟୋଟାଲ ପୋଲାର କମ୍ପାଉଣ୍ଡ(ଟିପିସି)ର ମାତ୍ରା ୨୫ ପ୍ରତିଶତରୁ ଅଧିକ ହେଲେ ଏହା ଖାଦ୍ୟ ଉପଯୋଗୀ ନୁହଁ । ଖାଦ୍ୟରେ ଟିପିସିର ମାତ୍ରା ଅଧିକ ହେଲେ ଏହା ବିଭିନ୍ନ ରୋଗର କାରଣ ପାଲଟିଥାଏ । ତେବେ ବ୍ୟବହୃତ ତୈଳକୁ ବାୟୋ ଡିଜେଲ ଉତ୍ପାଦନରେ ଅନୁପ୍ରବେଶ କରିବର ପରଇଁ ଏହି ବ୍ୟବସ୍ଥା କରାଯାଉଛି ।