ପିପିଲି ଉପନିର୍ବାଚନ : ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଟିକେଟ୍‌

ପିପିଲି-ଡେଲାଙ୍ଗ ଲୋକଙ୍କ ପ୍ରଗତିକୁ ଗୁରୁତ୍ୱ ଦେବି: ରୁଦ

ଭୁବନେଶ୍ୱର  : ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ କରିଛି ବିଜେଡ଼ି । ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ । ଯଦିଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ସ୍ୱର୍ଗତଃ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଟିକେଟ ଲବିରେ ଅଛନ୍ତି ଓ ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ସପକ୍ଷରେ ଯୁକ୍ତି ଚଳାଇଛନ୍ତି, ମାତ୍ର ଶେଷରେ ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ।

https://odishanews365.com/lokayukta-give-clean-chit-to-odisha-government-on-mask-purchase-in-covid/
ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ରୁଦ୍ରପ୍ରତାପ ମହରଥୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ମା’-ବାପାଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ପିପିଲ ବିଧାନସଭା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାର ସୁଯୋଗ ମିଳିଛି । ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା ରଖିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି । ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ଅଗ୍ରଗତି ଓ ପ୍ରଗତି ମୋ ପାଇଁ ଗୁରୁତ୍ୱ ରହିବ । ମା’ଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି । ମୁଁ ଟିକେଟ ପାଇବା ଯାହା, ମା’ ପାଇବା ତାହା । ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ୱ ନାହିଁ । ରୁଦ୍ରଙ୍କ ବାପା ପ୍ରଦୀପ ମହାରଥୀ ୧୯୮୫ ମସିହାରୁ ପିପିଲିରୁ ଲଢି ଆସୁଥିଲେ । ୧୯୯୫ ମସିହାକୁ ଛାଡି ସବୁଥର ଜିତିଥିଲେ ସ୍ୱର୍ଗତ ପ୍ରଦୀପ ମହାରଥୀ । ଏମିତିକି ବିଜେଡି ପ୍ରତିଷ୍ଠା ହେବା ଦିନଠୁ ପିପିଲିକୁ ନିଜ କବଜ୍ଜାରେ ରଖିଥିଲେ ପ୍ରଦୀପ, ଆଉ ପିପିଲି ବିଜେଡିର ଗଡ ହୋଇ ରହିଥିଲା । ଏବେ ବାପାଙ୍କ ପରେ ପିପିଲି ମଙ୍ଗ ଧରିବାକୁ ରୁଦ୍ରଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

rudra maharathi bjd candidate for pipili by election