ଭୁବନେଶ୍ୱରର ରୁଚିକା ନର୍ସିଂହୋମ ସିଲ୍

ଭୁବନେଶ୍ୱର: ରାଜଧାନୀର ରୁଚିକା ନର୍ସିଂହୋମରେ ତାଲା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରୁଚିକା ନର୍ସିଂହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବାର ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା ।

ଏହାପରେ ନର୍ସିଂହୋମକୁ ସିଲ୍ କରାଯାଇଛି । ନର୍ସିଂହୋମ ବାହାରେ କ୍ଲୋଜର ନୋଟିସ ମଧ୍ୟ ଲଗାଯାଇଛି । ତେବେ ବର୍ତ୍ତମାନ ଏହି ନର୍ସିଂହୋମରେ ୨ ରୋଗୀ ଅଛନ୍ତି । ତେବେ ବିଏମସି ପକ୍ଷରୁ ସିଲ୍ କରାଯିବା ପରେ ଏଣିକି ନର୍ସିଂହୋମ ପକ୍ଷରୁ ଆଉ ନୂଆ ରୋଗୀ ନିଆଯାଇପାରିବ ନାହିଁ ବୋଲି ସୂଚାଇଦିଆଯାଇଛି ।