ବାହାଘର ପରେ ବିୟୁଟି କୁଇନଙ୍କ ସହ ସବୁଦିନ ହେଉଥିଲା ଜବରଦସ୍ତ ଦୁଷ୍କର୍ମ, ଜାଣନ୍ତୁ କିଏ ସେ ଲେଡିଆଉ କିଏ କରୁଥିଲା ଏମିତି

ଲଣ୍ଡନ : ଦେଖିବାକୁ ବହୁ ସୁନ୍ଦରୀ । ଥରେ ଯିଏ ଦେଖିଲା ଆଖି ଫେରାଇବାକୁ ବି ଚାହିଁଲାନି । ହେଲେ ଏହି ସୁନ୍ଦୀରୀ ହେବା ତାଙ୍କ ପାଇଁ ପ୍ରଥମେ ଅଡୁଆ ହୋଇଥିଲା । ୧୫ ବର୍ଷ ବୟସରେ ବାହାଘର ହେଲା । ଜବରଦସ୍ତି ନିଜ ଠାରୁ ଦୁଇଗୁଣ ଅଧିକ ବୟସର ପୁରୁଷଙ୍କ ସହ କରିଦିଆଗଲା ବାହଘର । ତା ପରଠୁ ସବୁ ଦିନଚାଲିଲା ଦୁଷ୍କର୍ମ । ଏମିତି ଖୁଲାସା କରିଛନ୍ତି ଇଂଲାଣ୍ଡର ବିୟୁଟି କୁଇନ ଟାଇଟଲ ହାସଲ କରିଥିବା ରୁବି ମେରୀ ।

ରୁବି କହିଛନ୍ତି ଯେ ତାଙ୍କ ପିତାମାତା ହିଁ ତାଙ୍କୁ ଇଂଲାଣ୍ଡରୁ ବାଂଲାଦେଶକୁ ଆଣିଥିଲେ ଓ ବାହା ହେବାକୁ ବାଧ୍ୟ କରିଥିଲେ। ବାହାଘର ପରେ ତାଙ୍କ ଅନିଛାରେ ବାହା ହୋଇଥିବା ଲୋକ ତାଙ୍କୁ ତାଙ୍କୁ ଗର୍ଭବତୀ କରିବାକୁ ଚାହୁଁଥିଲା। ତା’ପରେ ସେ ରୁବିକୁ ନେଇ ଇଂଲାଣ୍ଡ ଚାଲିଆସିବ। ରୁବିଙ୍କ ବୟସ ଏବେ ୩୫ବର୍ଷ। ସେ ଇଂଲାଣ୍ଡ ବର୍ମିଂହାମ୍‌ରେ ରହୁଛନ୍ତି। ଯେତେବେଳେ ସେ ଗର୍ଭବତୀ ଥିଲେ,ସେତେବେଳେ କୌଣସି ମତେ ଖସି ଆସି ବାଂଲାଦେଶରୁ ଇଂଲାଣ୍ଡ ଚାଲିଆସିଥିଲେ।
୨୦୧୬ରେ ରୁବିଙ୍କୁ ମିସ୍‌ ଗାଲାକ୍ସି (ଇଂଲାଣ୍ଡ) ଟାଇଟଲ୍‌ ମିଳିଥିଲା। ୨୦୧୭ରେ ସେ ଇଣ୍ଟରନେସନାଲ୍‌ ଟାଇଟଲ ମଧ୍ୟ ହାସଲ କରିଥିଲେ। ରୁବି କହିଛନ୍ତି ଦୁନିଆଁକୁ ଜଣାଇଲେ, ଯେମିତି କି କୌଣସି ଯୁବତୀ ଏଭଳି ନିଷ୍ଠୁର ଘଟଣାର ସାମ୍ନା କରନ୍ତୁ। କାରଣ ଏଭଳି ଅନେକ ଯୁବତୀ ଅଛନ୍ତି,ଯେଉଁମାନେ ଉତ୍ପୀଡନର ଶିକାର ହେଉଛନ୍ତି।

ରୁବି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନର ସେହି ସମୟର ଘଟଣା ମନେ ପକାଇଲେ ତାଙ୍କୁ ଲାଗେ ସତେ ଯେମିତି ତାହା କୌଣସି ହରର୍‌ ମୁଭି। ଯେତେବେଳେ ସେ ଫ୍ଲାଇଟ୍‌ରେ ଇଂଲାଣ୍ଡରୁ ବାଂଲାଦେଶକୁ ଯାତ୍ରା କରୁଥିଲେ,ସେତେବେଳେ ତାଙ୍କୁ କୁହାଗଲା କି ସେମାନେ ଛୁଟି କାଟିବାକୁ ଯାଉଛନ୍ତି,ମାତ୍ର ତାଙ୍କ ସହିତ ଯାହା ଘଟିଥିଲା,ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା।