ପୁଣି ଖୋଲିବ ଆର୍‌ଟିଓ

ଭୁବନେଶ୍ୱର: ଦୀର୍ଘ ଦିନର ବନ୍ଦ ପରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ପୁଣି ଖୋଲିବ ଆର୍‌ଟିଓ । କରୋନା କଟକଣା ଭିତରେ ଆର୍‌ଟିଓ ଅଫିସ୍ ଖୋଲିବ । ଏନେଇ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସାମାଜିକ ଦୂରତା, ସବୁ କର୍ମଚାରୀ ଏବଂ ଲୋକେ ମାସ୍କ ପିନ୍ଧବା ସହ ପ୍ରତିଦିନ ଅଫିସ ସାନିଟାଇଜ କରିବା ବାଧ୍ୟତାମୂଳକ ରହିଛି । ରାଜ୍ୟର ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓ ବରବିଲ୍ ଏବଂ ରାଇରଙ୍ଗପୁର , ଖୋର୍ଧା ଅତିରିକ୍ତ ଆରଟିଓଙ୍କୁ ଚିଠି ଜରିଆରେ ଆରଟିଓ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କରୋନା ସମୟରେ କିଛି ସର୍ତମୂଳକ ଭାବେ ଏହାକୁ ଖୋଲିବାକୁ ଦିଆଯାଉଥିବା କୁହାଯାଇଛି । ତେବେ ଆରଟିଓ ଅଫିସ ଗୁଡିକରେ କେବଳ ଆରଟିଓ ଅଫିସ ସହିତ ସଂପୃକ୍ତ ସମସ୍ତ କର୍ମଚାରୀଙ୍କୁ ହିଁ ପ୍ରବେଶ ଅନୁମତି ରହିବ । ଡିଏଲ୍, ଲର୍ଣ୍ଣିଂ ଡିଏଲ ଏବଂ ବାହାନ ସେବା ପାଇଁ ସଂପୃକ୍ତ ଲୋକଙ୍କୁ ଅଫିସ ପ୍ରବେଶ କରିବାକୁ ଅନୁମତି ମିଳିବ ।

କେବଳ ଡିଏଲ ଆବେଦନ କରୁଥିବା ଲୋକଙ୍କୁ ଆରଟିଓ ଅଫିସ ପ୍ରବେଶ ପାଇଁ ଦିଆଯିବ ଅନୁମତି । ଅଧିକ ଲୋକଙ୍କ ଗହଳି ଦୂର କରିବାକୁ ଡିଏଲ୍ ଟେଷ୍ଟ କରିବା ସମୟର ଅଧ ଘଂଟା ଆଗରୁ ସ୍ଲଟ୍ ସମୟ ଦେବାକୁ କୁହାଯାଇଛି । ଆରସି, ଓନରସିପ୍ , ରିନୁଆଲ୍ ଏବଂ ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ ପାଇଁ ଅନୁମତି ଦିଆଯାଇଛି । କରୋନା କଟକଣା କାରଣରୁ ଗତ ଜୁଲାଇ ୨୨ ତାରିଖରୁ ଆରଟିଓ ଅଫିସକୁ ଆସନ୍ତା ଅଗଷ୍ଟ ୩୧ ଯାଏଁ ପ୍ରବେଶ କଟକଣା ରହିଥିଲା ।