ଏଣିକି ୧୨ ଶହ ଟଙ୍କାରେ କରୋନା(ଆରଟି-ପିସିଆର ) ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ ୧୨ ଶହ ଟଙ୍କାରେ ହେବ ଆରଟି-ପିସିଆର ଟେଷ୍ଟ । ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ୨୨ଶହ ଟଙ୍କା ଦେୟ ସ୍ଥିର ହୋଇଥିଲା । ଏବେ କିନ୍ତୁ ଏହାକୁ ହଜାରେ ଟଙ୍କା କମାଇ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ଆଇସିଏମ୍‌ଆର୍ ସ୍ୱିକୃତିପ୍ରାପ୍ତ ବେସରକାରୀ ଲାବରୋଟରୀ ଡିପାର୍ଟମେଂଟ ଅଫ୍ ଲାଭ ସର୍ଭିସେସ୍ ଆପୋଲ ହସ୍ପିଟାଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଆଇଏନ୍‌ଡିଏନ୍‌ଏ ଲାଇଫ୍ ସାଇନ୍ସେସ୍ କିଟ୍ ଏବଂ ଜେନ୍‌-ଏକ୍ସ ଡାଇଗ୍ନୋଷ୍ଟିକ୍‌ସକୁ ଏନେଇ ଚିଠି ଲେଖାଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, କରୋନା ପରୀକ୍ଷା ଅର୍ଥାତ ଆର୍‌ଟି-ପିସିଆର୍ ଟେଷ୍ଟ ପାଇଁ ୧୨ଶହ ଟଙ୍କା ଧାର୍ଯ୍ୟ କରାଯାଇଛି ।