ଧାରଣରତ ନିଲମ୍ବିତ ସାଂସଦଙ୍କୁ ଚା’ ପିଆଇଲେ ରାଜ୍ୟସଭା ଉପାଧ୍ୟକ୍ଷ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା କରିଥିବା ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସଂସଦ ବାହାରେ ଧାରଣାରେ ବସିଛନ୍ତି ସାଂସଦ । ହେଲେ ଆଜି ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିବା ନିଲମ୍ବିତ ସାଂସଦଙ୍କ ପାଇଁ ଚା ନେଇ ପହଁଚିଥିଲେ ନିଜେ ରାଜ୍ୟସଭା ଉପାଧ୍ୟକ୍ଷ । ନିଜେ ଚା ପିଇଥିଲେ ଏବଂ ଅନ୍ୟ ସାଂସଦଙ୍କୁ ମଧ୍ୟ ପିଆଇଥିଲେ। ସଂସଦ ପରିସରରେ କେବେ ଘଟିନଥିବା ଏଭଳି ଘଟଣାକୁ ନେଇ ଜୋରଦାର ଚର୍ଚା ହେଉଛି ।

ଏହାରି ଭିତରେ ନିଲମ୍ବିତ ସାଂସଦଙ୍କୁ ଉପାଧ୍ୟକ୍ଷ ନିଜେ ଚା ପିଆଇଥିବା ଘଟଣାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ମୋଦି । ସେପଟେ ଗୃହ ମଧ୍ୟରେ ନିଜ ପ୍ରତି ବିରୋଧୀ ସାଂସଦମାନେ କରିଥିିବା ବିଶୃଙ୍ଖଳ ଆଚରଣ ପାଇଁ ଗୋଟିଏ ଦିନ ଫାଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ।