ରାଜ୍ୟସଭା ଉପନିର୍ବାଚନ: ୟୁପିରୁ ସୁଧାଂଶୁ ତ୍ରିବେଦୀ, ବିହାରରୁ ସତୀଶ ଦୁବେ ବିଜେପି ପ୍ରାର୍ଥୀ

ଲକ୍ଷ୍ନୌ: ବିଜେପି ଦୁଇଟି ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘାଷଣା କରିଛି । ଗୁରୁବାର ବିଜେପି ରାଷ୍ଟ୍ରୀୟ କାର‌୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଜଣଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଓ ସତୀଶ ଦୁବେଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଶୁକ୍ରବାର ନାମାଙ୍କନ ଦାଖଲର ଅନ୍ତିମ ଦିନ । କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିଧନ ପରେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସିଟ ଖାଲି ପଡିଛି । ସେହିପରି ବରିଷ୍ଠ ଆଇନଜୀବୀ ରାମ ଜେଠଲାନୀଙ୍କ ପରଲୋକ ପରେ ବିହାରରେ ରାଜ୍ୟସଭା ସିଟ ଖାଲି ପଡିଛି । ଏବେ ଏହି ଦୁଇଟି ରାଜ୍ୟସଭା ସିଟ ପାଇଁ ବିଜେପି ପାର୍ଥୀ ଘୋଷଣା କରିଛି ।ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତର ପ୍ରଦେଶ ଓ ବିହାର ରାଜ୍ୟସଭା ଆସନ ପାଇଁ ୧୬ ଅକ୍ଟୋବରରେ ଉପନିର୍ବାଚନ ଅନୁଷ୍ଠିତ ହେବା ସହ ସେହି ଦିନ ଫଳାଫଳ ଘୋଷଣା କରାଯିବ ।