ରାଉରକେଲାରେ ଆରମ୍ଭ ହେଲା ଟେଲିମେଡିସିନ ସେବା

ରାଉରକେଲା : ଷ୍ଟିଲ ସିଟି ରାଉରକେଲାରେ ଆରମ୍ଭ ହୋଇଛି ଟେଲିମେଡିସିନ ସେବା । କରୋନା ସଂକ୍ରମଣ ଭୟରେ ପ୍ରଶାସନ ପକ୍ଷରୁ ସହରରେ କଟକଣା ଜାରି ହେଉଛି । ଏହି ସମୟରେ ରୋଗୀମାନେ ହସ୍ପିଟାଲକୁ ଆସିବା ପାଇଁ ଅସୁବିଧା ହେଉଛି । ତେବେ ସେମାନେ ସହଜରେ ଓ ସୁବିଧାରେ କିପରି ସ୍ୱାସ୍ଥ୍ୟସେବା ପାଇପାରିବେ ସେଥି ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଏହି ଟେଲିମେଡିସିନ ସେବା ଆରମ୍ଭ କରାଯାଇଛି ।

ଆଇଜିଏଚ୍ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହାର ଶୁଭାରମ୍ଭ କରିବା ସହ ରୋଗୀ ତଥା ଜନସାଧାରଣଙ୍କୁ ଏହି ସେବାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ।

ଟେଲିମେଡିସିନ ସେବାର ସୁବିଧା ପାଇବା ପାଇଁ ମୋବାଇଲ ନମ୍ବର ୬୫୫୦୫୧୩୯୫/୭୬୫୫୦୫୧୩୯୬ କୁ ଫୋନ କରି ନିଜ ରୋଗ ସମ୍ପର୍କରେ ଜଣାଇଲେ ସେମାନଙ୍କୁ ଡାକ୍ତର ଔଷଧ ତଥା ରୋଗ ସମ୍ପର୍କୀୟ ପରାମର୍ଶ ଯୋଗାଇଦିଆଯିବ । ଏହା ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୮ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏବଂ ରବିବାର ସକାଳ ୮ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।