କ୍ୱାରେନଂଟାଇନରେ ରହିଲେ ବୃନ୍ଦାବନରୁ ଫେରିଥିବା ୫୬ ଓଡ଼ିଆ ତୀର୍ଥଯାତ୍ରୀ

ରାଉଲକେଲା: ବୃନ୍ଦାବନ ଫେରୁଥିବା ୫୬ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ କ୍ୱାରେଂଟାଇନ୍ ରେ ରଖାଗଲା । ଏଥିସହ ବସ ଡ୍ରାଇଭର, ହେଲପରଙ୍କୁ ମଧ୍ୟ ରଖାଯାଇଛି l ଏହି ସମସ୍ତ ତୀର୍ଥଯାତ୍ରୀ ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାଯାଇଛି l ତୀର୍ଥଯାତ୍ରୀମାନେ ଉତର ପ୍ରଦେଶରୁ ଏକ ବସ ଯୋଗେ ଝାରଖଣ୍ଡ ସୀମା ପାର୍ ହୋଇ ରାଉରକେଲା ସହର ଦେଇ ଯାଉଥିଲେ l ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଉରକେଲା ସହରର ଛେଣ୍ଡ ବାଜବୁଡି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସେଠାରେ ଖାଇବାପିଇବାର ସୁବନ୍ଦୋବସ୍ତ କରାଯାଇଛି।

ଲକ୍‌ଡାଉନ୍‌ ପରେ ଗତକାଲି ଇସ୍ପାତ ସହରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଝାଡ଼ଖଣ୍ଡ ଗୋଏଲକେରା ଅଂଚଳର ୧୨ ଜଣ ସଫେଇ କର୍ମଚାରୀ ଏବେ ଚାଲିଚାଲି ପ୍ରାୟ ୧୮୦/୨୦୦ କିଲୋମିଟର ଦୂର ନିଜ ଘର ଅଭିମୁଖ‌େ ବାହାରିଛନ୍ତି। ବାଟ ଦେଖିନାହାନ୍ତି, ଏଣୁ ରେଳ ଧାରଣାରେ ସେମାନେ ଚାଲିଚାଲି ଯାଉଛନ୍ତି।

ଝାଡ଼ଖଣ୍ଡର ଗୋଏଲକେରା, ସୋନୁଆ ଅଂଚଳର ୩୭ ଜଣ ଶ୍ରମିକ ରେଳବାଇର ଜଣେ ଠିକାଦାରଙ୍କ ଅଧୀନରେ ସଫେଇ କର୍ମଚାରୀଭାବେ କାମ କରନ୍ତି। ଏମାନେ ଝାରସୁଗୁଡ଼ା-ସମ୍ବଲପୁର ତୃତୀୟ ରେଳ ଲାଇନ୍‌ ନିର୍ମାଣରେ ମଧ୍ୟ ନିୟୋଜିତ। ଗତ କିଛି ଦିନ ହେଲା ସେମାନେ ଶାସନ ଷ୍ଟେସନ ଅଂଚଳରେ ରହି କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ଏମାନେ ଘରକୁ ଯିବାକୁ ପ୍ରୟାସ କରିଥିଲେ ମଧ୍ୟ ରେଳ ଚଳାଚଳ, ବସ୍‌ ଚଳାଚଳ ବନ୍ଦ ଥିବାରୁ ଏହା ସମ୍ଭବ ହୋଇନଥିଲା। ମାତ୍ର ଘରକୁ ଯାଇ ପ୍ରିୟଜନଙ୍କ ପାଖରେ ରହିବାକୁ ଇଚ୍ଛା ହେବାରୁ ୧୨ ଜଣ ଶ୍ରମିକ, ୧୦ ଜଣ ପୁରୁଷ ଓ ୨ ଜଣ ମହିଳା ଶ୍ରମିକ ଗତ ୨୫ ତାରିଖ ସନ୍ଧ୍ୟାରେ ଶାସନରୁ ଚାଲିଚାଲି ବାହାରିଥିଲେ। ଅଖିଆଅପିଆ ହୋଇ ରାତି ସାରା ଟ୍ରେନ୍‌ ଲାଇନ୍‌ରେ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ୨୬ ତାରିଖରେ ସେମାନେ ବାମରାରେ ଥିବା ଜଣେ ସଫେଇ କର୍ମଚାରୀଙ୍କ ଘରେ ଆଶ୍ରୟ ନେଇଥିଲେ। ସକାଳ ହେବାମାତ୍ରେ ପୁଣି ଗନ୍ତବ୍ୟ ପଥରେ ବାହାରିଥିଲେ। ତା ପରଦିନ, ଅର୍ଥାତ୍‌ ୨୭ ତାରିଖରେ ସେମାନେ ରାଜଗାଙ୍ଗପୁରରେ ରାତ୍ରୀଯାପନ କରିଥିଲେ। ଗତକାଲି ସକାଳ ହେବାମାତ୍ରେ ସମସ୍ତ ୧୨ ଜଣ ଶ୍ରମିକ ପୁଣି ଚାଲିଚାଲି ପୂର୍ବାହ୍ନ ପ୍ରାୟ ୧ଟାରେ ରାଉରକେଲାରେ ପହଂଚିଥିଲେ।