ପୁଣି ବିବାଦରେ ରସଗୋଲା

ଭୁବନେଶ୍ୱର:ପୁଣି ବିବାଦରେ ରସଗୋଲା । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ବିବାଦ ପୁଣି ଉଗ୍ର ରୂପ ନେଇଛି ।  ଓଡ଼ିଶାକୁ ରସଗୋଲା ଜିଆଇ ମାନ୍ୟତା ମିଳିଥିବା ବେଳେ ଏହା ପୂର୍ବରୁ ପଶ୍ଚିମବଙ୍ଗକୁ ମଧ୍ୟ ମିଳିଥିଲା । ଯାହାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି ।

ଦୀର୍ଘ ଦିନରୁ ରସଗୋଲାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଥିଲା । ପଶ୍ଚିମବଙ୍ଗ ଓ ଓଡ଼ିଶା ରସଗୋଲାକୁ ନିଜର ବୋଲି ଦାବୀ କରୁଥିଲେ । ବହୁ ଆଦିମ କାଳରୁ ପ୍ରଭୁ ଜଗନ୍ନାଥଙ୍କ ଭୋଗ ଭାବରେ ରସଗୋଲାକୁ ନେଇ ଓଡ଼ିଆଙ୍କ ଭାବପ୍ରବଣତା ରହିଛି । କିନ୍ତୁ ନିକଟରେ ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା । ତେବେ ପୂର୍ବରୁ ପଶ୍ଚିମବଙ୍ଗକୁ ମଧ୍ୟ ଜିଆଇ ଟ୍ୟାଗ ମିଳିଥିଲା । ଏହା ଉପରେ ଓଡ଼ିଶା ପକ୍ଷରୁ ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ପଶ୍ଚିମବଙ୍ଗ ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ ରଦ୍ଦ ପାଇଁ ସେ ଆବେଦନ କରିଥିଲେ । ତେଣୁ ପଶ୍ଚିମବଙ୍ଗକୁ ମିଳିଥିବା ଜିଆଇ ଟ୍ୟାଗ ବିରୋଧରେ ଶୁଣାଣୀ ହେବ । ପଶ୍ଚିମବଙ୍ଗ ସରକାରଙ୍କ ୨ଟି ବିଭାଗକୁ ଜିଆଇ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ସେପ୍ଟେମ୍ବର ୬ରେ ଶୁଣାଣୀ କରାଯିବା ନେଇ ଜିଆଇ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଥିଲା ।