ହୀରାକୁଦରେ ରୋପ ୱେ ସେବା ଆରମ୍ଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିକାଶ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ହୀରାକୁଦରେ ଆରମ୍ଭ ହେଲା ରୋପ ୱେ ସେବା । ଏଣିକି ହୀରାକୁଦ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଡ୍ୟାମ ବୁଲିବା ସହ ରୋପ ୱେର ମଧ୍ୟ ମଜା ନେଇପାରିବେ । 

ଆଗକୁ ରହିଛି ପର୍ଯ୍ୟଟନ ଋତୁ । ଅଳ୍ପ ଶୀତ ଲହରୀରେ ବୁଲିବାକୁ ସମସ୍ତେ ଭଲ ପାଆନ୍ତି । ତେଣୁ ପର୍ଯ୍ୟଟକଙ୍କ ଭିଡ଼କୁ ଆଖି ଆଗରେ ରଖି ସମ୍ବଲପୁର ମୁନିସିପାଲଟି ତରଫରୁ ଏହି ରୋପ ୱେ ସେବା ଆରମ୍ଭ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ହୀରାକୁଦରେ ଜଳଭଣ୍ଡାର ସହ ପ୍ରାକୃତିକ ସୈାନ୍ଦର୍ଯ୍ୟର ମନଭରି ଉପଭୋଗ କରିବେ ପର୍ଯ୍ୟଟକ । ରୋପ ୱେରେ ବସି ପର୍ଯ୍ୟଟକ ଏବେ ମନଲୋଭା ଦୃଶ୍ୟ ଦେଖିପାରିବେ । ନେହେରୁ ପାର୍କରୁ ଗାନ୍ଧୀ ମିନାର ପର୍ଯ୍ୟନ୍ତ ଏହି ରୋପ ୱେ ବ୍ୟବସ୍ଥା ହୋଇଛି । ପ୍ରାୟ ୪୦୦ମିଟର ରୋପ ୱେ ସୁବିଧା କରାଯାଇଥିବା ବେଳେ ଏଥିରେ ବସିବା ପାଇଁ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ହୀରାକୁଦରେ ରୋପ ୱେ ସେବା ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।

ରୋପ ୱେର ମଜା ନେଉଛନ୍ତି ପର୍ଯ୍ୟଟକ । ହୀରାକୁଦ ଜଳଭଣ୍ଡାର ସହ ପ୍ରାକୃତିକ ସୈାନ୍ଦର୍ଯ୍ୟ ପାହାଡ଼ ପର୍ବତ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଆଣିଥାଏ । ତେଣୁ ପର୍ଯ୍ୟଟକଙ୍କ ସୁିବଧା ପାଇଁ ରୋପ ୱେ ସିଷ୍ଟମ କରାଯାଇଛି । ଏହା ଜଣକ ପିଚ୍ଛା ୫୦ଟଙ୍କା ରଖାଯାଇଛି । ସୋମବାର ଦିନ ବନ୍ଦ ରହିବ ଏହି ସେବା । ତେବେ ଅନ୍ୟ ଦିନରେ ସକାଳ ୯ଟାରୁ ୫ଟା ଯାଏଁ ଚାଲିବ ।