ବାଣ ଭିଡୁଥିବା ବେଳେ ବିସ୍ଫୋରଣ

ବାଲେଶ୍ୱର:ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଗୋଟିଏ ଘରର ତୃତୀୟ ମହଲା ଭାଙ୍ଗି ପଡିଛି । ଏପରି ଏକ ଖବର ବାଲେଶ୍ୱର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ଆଜି ସକାଳେ ବାଲେଶ୍ୱର ରେମୁଣା ଅଂଚଳର ଏକ ଘରେ ଜୋରଦାର ଶବ୍ଦ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସେହି ବିସ୍ଫୋରଣସ୍ଥଳୀ ନିକଟକୁ ଚାଲିଆସିଥିଲେ । ଗୋଟିଏ ଘରେ ଏହି ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଘରର ତୃତୀୟ ମହଲା ଛାତଟି ଭାଙ୍ଗି ପଡିଥିଲା । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘରେ ଖୋଳତାଡ ଆରମ୍ଭ କରିଥିଲ । ତେବେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ସେଠାରେ କେଉଁ ବ୍ୟକ୍ତିଙ୍କର ପତା ମିଳୁନାହିଁ । ଏହି ଅଘଟଣ ପରେ ସେମାନେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।