ଜଟିଆ ପାହାଡରୁ ଖସିଲା ପଥର; ୩୫ଭକ୍ତ ଆହତ

ସୁନ୍ଦରଗଡ: ଆଜି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରିଠାରୁ ୪ କିଲୋମିଯରରେ ଥିବା ଜଟିଆ ପାହାଡରୁ ପଥର ଖସିବା ଫଳରେ ୩ଭକ୍ତ ଆହତ ହୋଇଛନ୍ତି । ପାହାଡ ଉପରେ ଥିବା ଜଟିଆବାବା ମନ୍ଦିରକୁ ଯାଉଥିବା ସମସୟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରେ କିଛି ମହିଳା, ପୁରୁଷ ଓ ଶିଶୁ ସାମିଲ ଅଛନ୍ତି । ସମସ୍ତଙ୍କ ମୁଣ୍ଡ, ମୁହଁ, ଦେହ ଓ ଗୋଡହାତରେ ଆଘାତ ଲାଗିଛି ।

ମହାଶିବରାତ୍ରୀ ଉପଲକ୍ଷେ ସୁନ୍ଦରଗଡ଼ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବିଭିନ୍ନ ଅଂଚଳରୁ ଅନେକ ଯାତ୍ରୀ ସମାଗମ ହୋଇଥିଲା। ଭୂଇଁ ଠାରୁ ୪୦ କିଲୋମିଟର ଉଚ୍ଚରେ ଜଟିଆ ପାହାଡ଼ରେ ଥିବା ଜଟିଆବାବା ଶିବ ମନ୍ଦିରକୁ ଯିବା ପାଇଁ ପାହଚଶ୍ରେଣୀ ରହିଛି। ପୂର୍ବାହ୍ନ ୧୦: ୩୦ ରୁ ୧୧ଟା ମଧ୍ୟରେ ଯାତ୍ରୀମାନେ ଏହି ପାହାଚ ଚଢ଼ି ମନ୍ଦିର ଆଡ଼କୁ ଯାଉଥିବା ବେଳେ ପାହାଡ଼ ଉପରୁ ଖଣ୍ଡେ ବଡ଼ ପଥର ଖସି ଗଡ଼ି ଗଡ଼ି ତଳକୁ ଆସିଥିଲା। ଗଡ଼ିବା ବାଟରେ ବଡ଼ ପଥରଟି ଅନେକ ଛୋଟ ପଥର ଖଣ୍ଡରେ ବାଜିଥିଲା। ଫଳରେ ସେଗୁଡ଼ିକ ମଧ୍ୟ ତଳକୁ ଗଡ଼ି ଆସି ଯାତ୍ରୀମାନଙ୍କ ଉପରେ ପଡ଼ିଥିଲା।

ପଥରମାଡ଼ରେ ଆହତ ୨୦ଜଣଙ୍କୁ ଚିକିତ୍ସା ନିମନ୍ତେ  ହାତୀବାରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଅଧିକ ଗରୁତର ସ୍ୱାସ୍ଥ୍ୟାବସ୍ଥା ଥିବା ଅନ୍ୟ ୧୫ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଛି।

ପାହାଡ଼ ଉପରେ ଥିବା ସେ ବଡ଼ ପଥର ଖଣ୍ଡଟିକୁ କେହି ଠେଲି ଦେବାରୁ ତାହା ତଳକୁ ଗଡ଼ି ଆସିଛି ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ହାତୀବାରି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।