ରବର୍ଟ ଭଦ୍ରାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଅଦାଲତ ରବର୍ଟ ଭଦ୍ରା ଏବଂ ତାଙ୍କ ସହଯୋଗୀ ମନୋଜ ଆରୋଡ଼ାଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବେଲବଣ୍ଡରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଉଭୟ ରବର୍ଟ ଏବଂ ମନୋଜ ଅନ୍ତରୀଣ ଜାମିନରେ ଥିଲାବେଳେ ଏବେ ଏହାର ଅବଧି ବଢିଯାଇଛି। ସର୍ତ୍ତ ମଧ୍ୟରେ ଉଭୟଙ୍କୁ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ପାଇଁ ଚେଷ୍ଟ ନକରିବାକୁ କୁହାଯାଇଛି। ପ୍ରକାଶଯୋଗ୍ୟ ଯେ ଲଣ୍ଡନରେ ସମ୍ପତ୍ତି କିଣାକୁ ନେଇ ରର୍ବଟ ଭଦ୍ରା ବେଆଇନ ଅର୍ଥ କାରବାର ମାମଲାର ସାମ୍ନା କରୁଛନ୍ତି।