ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ :  ବିଦେଶରେ ଅବୈଧ ସମ୍ପତ୍ତି କିଣିଥିବା ସମ୍ପର୍କିତ କଳାଧନ ବୈଧ ମାମଲାରେ ଗୁରୁବାର କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଶ୍ରୀ ଭଦ୍ରା ସାଢ଼େ ୧୦ଟା ବେଳେ ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ତଦନ୍ତକାରୀ ଅଧିକାରୀ, ଗୁରୁବାର ତାଙ୍କର ବୟାନ ରେକର୍ଡ଼ କରିବାପାଇଁ ସମନ ଜାରି କରିଥିଲେ। ଏହି ମାମଲାରେ ଶ୍ରୀ ଭଦ୍ରା ବହୁଥର ଇଡିରେ ହାଜର ହୋଇଛନ୍ତି।

ଶ୍ରୀ ଭଦ୍ରାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ୍‍କୁ ବାତିଲ୍‍ କରିବା ଏବଂ ତାଙ୍କର ବିଦେଶ ଯାତ୍ରାକୁ ବିରୋଧ କରି ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ବିଦେଶ ଯାତ୍ରାପାଇଁ ଶ୍ରୀ ଭଦ୍ରାଙ୍କୁ ଅନୁମତି ଦେବା ସଂକ୍ରାନ୍ତ ରାୟକୁ ସ୍ଥାନୀୟ ଅଦାଲତ ବୁଧବାର ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ।