ଅଢ଼େଇ କୋଟି ଟଙ୍କାର ଅଷ୍ଟଧାତୁ ମୂର୍ତି ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଯଦୁପୁର ଗାଁରୁ ଦୁଇଟି ଅଷ୍ଟଧାତୁ ମୂର୍ତି ଉଦ୍ଧାର କରାଯାଇଛି । ଯାହାର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ୨କୋଟି ୫୦ଲକ୍ଷ ଟଙ୍କା ହେବ ଅନୁମାନ କରାଯାଉଛି । ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଂଚର ଏସ୍ଟିଏଫ୍ ଯଦୁପୁୀ ଗାଁରେ ଚଢ଼ଉ କରି ଏହି ମୂର୍ତି ଦୁଇଟିକୁ ଜବତ କରିଛି । ମୂର୍ତି ଚୋରି ଅଭିଯୋଗରେ ସୟଦ ଜିଲନୁର ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜବତ ୨ଟି ମୂର୍ତି ମଧ୍ୟରୁ ଗୋଟିଏର ଓଜନ ୧୮.୪୪କେଜି ଓ ଅନ୍ୟଟିର ଓଜନ ୧୨.୬ କେଜି । ତେବେ ମୂର୍ତି ଚୋରୀି ପଛରେ ରାକେଟ୍ କାମ କରୁଥିବା ସନ୍ଦେହ କରି ଏସ୍ଟିଏଫ୍ ଖୋଳତାଡ଼ ଆରମ୍ଭ କରିଦେଇଛି ।