ବାରଣାସୀରେ ପିଏମ ମୋଦୀଙ୍କ ରୋଡ ଶୋ’

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାରଣାସୀରେ ମେଗା ରୋଡ ଶୋ’ ଆରମ୍ଭ ହୋଇଯାଇଛି। ଏହି ରୋଡ ଶୋ’ ସରିବା ପରେ ମୋଦୀ ଗଙ୍ଗା ଆଳତି କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ବାବା କାଳ ଭୈରବଙ୍କ ଦର୍ଶନ କରିବା ପରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ।

ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ମହେନ୍ଦ୍ରନାଥ ପାଣ୍ଡ୍ୟା, କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ, ନିର୍ମଳା ସୀତାରମଣ, ସୁଷମା ସ୍ୱରାଜ, ପିୟୁଷ ଗୋଏଲ, ଜେପି ନଡ୍ଡା ପ୍ରମୁଖ ସାମିଲ ହୋଇଛନ୍ତି। ଏହି ରୋଡ ଶୋ ବାରଣାସୀର ଲଙ୍କାରୁ ବାହାରି ଅସି, ଶିବାଲା, ସୋନାରପୁରା, ମଦନପୁରା, ଗୌଦଲିଆ ହୋଇ ଦେଶଶ୍ୱାମେଧ ଘାଟରେ ପହଞ୍ଚିବେ। ପରେ ପ୍ରଧାନମନ୍ତ୍ରୀ ମୋଦୀ ହୋଟେଲ ଡି ପ୍ୟାରିସ ଯିବେ, ଯେଉଁଠାରେ ସାଧାରଣ ଜନତାଙ୍କୁ ଉଦଭୋଦନ ଦେବେ।