ବାଲେଶ୍ବର : ରୋଡ଼ ରୋମିଓ ନିସ୍ତୁକ ମାଡ଼ ।ଏହିଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତ ର ଗୋପ ଗାଁରେ ଦେଖିବାକୁ ମିଳିଛି । ରାସ୍ତା ରେ ଯାଉଥିବା କଲେଜ ଛାତ୍ରୀ ଏବଂ ମହିଳା ମାନଙ୍କୁ ଜଣେ ଯୁବକ ଅଶ୍ଳୀଳ ଇଗିଂତ କରିବା ସହିତ ଅଶୋଭନୀୟ ଆଚରଣ ଦେଖାଉଥିଲେ ।ତେବେ ଏହାକୁ ଦେଖି ସେହି ରାସ୍ତା ରେ ଯାଉଥିବା ଅନ୍ୟ ଗ୍ରାମବାସୀ ମାନେ ସମ୍ପୃକ୍ତ ଯୁବକ ଜଣ କୁ କୌଣସି ମତେ କାବୁ କରିନେଇ ।
ପରେ ନିକଟରେ ଥିବା ଏକ ନଡିଆ ଗଛ ରେ ବାନ୍ଧି ପକାଇବା ସହିତ ନିର୍ଧୁମ ଛେଞ୍ଚିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା । ତେବେ ଏଭଳି କାଣ୍ଡ ଘଟାଇଥିବା ଯୁବକ ଜଣକ ଘର ପଞ୍ଚୁଘଣ୍ଟା ଗ୍ରାମର ସହିଲ ଖାନ (23) ବୋଲି ଜଣାପଡିଛି । ତେବେ ଯୁବକ ଜଣକ ଆଗରୁ ମଧ୍ୟ ଅନେକ ଥର ଏଭଳି କାଣ୍ଡ ଘଟାଉଥିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।