ସଡକ ଦୁର୍ଘଟଣା ଜଳିଗଲା ବାଇକ ୩ ମୃତ

ଭୁବନେଶ୍ବର  : ଗଜପତି ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି ।  ଜିଲ୍ଲାର ରାଜପୁର ଗାଁ ନିକଟରେ ଏକ ବାଇକୁ ଧକ୍କା ଦେଲା ଟାଟା ସୁମୋ । ଏଥିରେ  ୩ଜଣ ବାଇକ  ଆରୋହିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍ ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏଥି ସହ ବାଇକ ଚାଳକ ମଧ୍ୟ ଜଳିଯାଇଥିଲେ । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।