ମହୋତ୍ସବ ଦେଖି ଫେରିବାବେଳେ ଦୁର୍ଘଟଣା ୪ ମୃତ

ରାୟଗଡା : ରାୟଗଡାରେ ମର୍ମନ୍ତୁଦ ସଡକ  ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ  ୨ ଗୁରୁତର ହୋଇଛନ୍ତି । ରାୟଗଡା କାଶୀପୁର ବ୍ଲକ ଟିକିରି ଥାନା ଦୟାପୁଟ ନିକଟରେ ଭାରସାମ୍ୟ ହରାଇ ବୋଲେରୋ  ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩  ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମେଡିକାଲରେ ଜଣଙ୍କର ମତ୍ୟୁ ଘଟିଛି । ମୃତକ ୪ ଜଣ ଡେଙ୍ଗାଗୁଡା ଗାଁର ନବୀନ ମାଝୀ,  ରବି ମୁଦୁଲି, ପପୁ ମାଝି ଓ  ଡ୍ରାଇଭର ସହଦେବ ମାଝି । ଅନ୍ୟ ୨ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ରାୟଗଡ଼ାରୁ ଚଇତି ମହୋତ୍ସବ ଦେଖି କାଶୀପୁର ବ୍ଲକ ଧକଡ଼ାବାଲି ପଞ୍ଚାୟତ ଡେଙ୍ଗାଗୁଡ଼ା ଗାଁକୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଛି ।

ଦୁର୍ଘଟଣାରେ ୪ ମୃତ

ରାୟଗଡ଼ାରେ ବୋଲେରୋ ଦୁର୍ଘଟଣାରେ ୪ ମୃତ, ୨ ଗୁରୁତର

ରାୟଗଡ଼ା ଦୟାପୁଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ

ଚଇତି ମହୋତ୍ସବ ଦେଖି ଫେରୁଥିବା ବେଳେ ଦୁର୍ଘଟଣା