ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍‌, ୮ ମୃତ

ବିହାରର ନାଳନ୍ଦା ଜିଲ୍ଲାରେ ଘଟିଛି ଏହି ଘଟଣା

ପାଟନା : ରାସ୍ତା କଡ଼ରେ ଥିବା ଦୋକାନ ଉପରେ ଚଢ଼ିଗଲା ଟ୍ରକ୍‌। ନିୟନ୍ତ୍ରଣ ହରାଇ ଟ୍ରକଟି ରାସ୍ତା କଡ଼ ଦୋକାନ ଉପରେ ଚଢ଼ି ଚାଲିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଏନେଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ବୃଦ୍ଧି ପାଇଛି। ଏପରିକି ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଉପରେ ପଥର ମାଡ କରିଛନ୍ତି ଲୋକେ।

ଏହି ଘଟଣା ବିହାରର ନାଳନ୍ଦା ଜିଲ୍ଲାରେ ଘଟିଛି। ନାଳନ୍ଦା ଜିଲ୍ଲାର ତେଲ୍ହାଡା ଥାନା ପାଖରେ ରବିବାର ଏକ ଟ୍ରକ୍‌ ଅନିୟନ୍ତ୍ରିତ ଅବସ୍ଥାରେ ଦୋକାନ ଉପରେ ଚଢ଼ି ଯାଇଥିଲା। ଏଥିରେ ଘଟଣାସ୍ଥଳରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଜାହାନାବାଦରୁ ନାଳନ୍ଦା ଆଡ଼କୁ ଆସୁଥିବା ଟ୍ରକ୍‌ ରାସ୍ତା କଡ଼ରେ ଥିବା ଦୋକନଗୁଡ଼ିକ ଉପରେ ମାଡିଯିବା ଯୋଗୁ ଦୋକାନୀ ଏବଂ ଗ୍ରାହକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ପରେ ସ୍ଥାନୀୟ ଅଞ୍ଚଳରେ ହୋ ହଲ୍ଲା ଆରମ୍ଭ ହୋଇଥିଲା। ଲୋକେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ସ୍ଥାନୀୟ ଲୋକଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଅନ୍ୟପଟେ ନାଳନ୍ଦାରେ ହୋଇଥିବା ଦୁଃଖଦ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଏହା ସହ ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କମାନ କରିଛନ୍ତି ନୀତିଶ କୁମାର।

road accident eight death in patna bihar