ବାଇକ ଉପରେ ମାଡିଗଲା ଟ୍ରକ ୨ ମୃତ,ଝିଅ ଘରେ ପହଁଚି ପାରିଲାନି ଅଷ୍ଟମଙ୍ଗଳା ଭାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫(କ)ର ନିଳାଞ୍ଚଳ ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଏରସମା ଅଞ୍ଚଳର ବାସୁ ସାହୁ ଓ ପବିତ୍ର ସାହୁ ।
ସୂଚନା ଅନୁସାରେ ଏରସମା ଅଞ୍ଚଳର ବାସୁ ସାହୁ ଓ ପବିତ୍ର ସାହୁ ମାର୍ଶାଘାଇ ଥାନା ସୋବଳାକୁ ଅଷ୍ଠମଙ୍ଗଳା ଭାର ନେଇ ଆସିଥିଲେ । ରାସ୍ତାରେ ଯାଉଥିବାବେଳେ ସେମାନଙ୍କୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାରାଦୀପ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଜୋନାଲ୍‌ କାର୍ଯ୍ୟାଳୟ ନିଆଁ ଲଗାଇ ପୋଡିଦେଲେ