ଟ୍ରକ-ବୋଲେରୋ ଧକ୍କା: ୭ ମୃତ

ରାଞ୍ଚି : ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ସହରର ନାମକୁମ ରିଂଗ ରୋଡ଼ରେ ଶନିବାର ଅପରାହ୍ଣରେ ଏକ ଟ୍ରକ୍‍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରେ ୭ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ରାଞ୍ଚି ମାଣ୍ଡର ଉପଖଣ୍ଡ ଅଧୀନ ବିଜୁପାଡ଼ା ଗ୍ରାମର କେତେକ ଲୋକେ ବରଯାତ୍ରୀ ଭାବେ ବୋଲେରୋ ଯୋଗେ ବୁଣ୍ଡୁ ଯାଉଥିଲେ। ଅପରାହ୍ଣରେ ସରୱଲ ରିଂଗ ରୋଡ଼ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‍ ସହ ବରଯାତ୍ରୀ ଭର୍ତ୍ତି ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବରଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ଶବ ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତାର ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳୁଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଜଣେ ଶିଶୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।